www.samajalive.in
Monday, December 15, 2025
17.1 C
Bhubaneswar

ଶନିବାର ରାଶିଫଳ (୨୨/୧୦/୨୦୨୨)

ମେଷ : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅଧିକ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ବୃଷ : ବିଭିନ୍ନ ସ୍ତରରୁ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗୁଁସାର ହେବେ। ସରଳ ବିଶ୍ବାସୀ ନ ହେବା ଭଲ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶୌର୍ଯ୍ୟରୁ ଓ ରାଜସେବାରୁ ସୁଖ ମିଳିବ।

ମିଥୁନ : ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସରକାରୀ ପ୍ରୋତ୍ସାହନ ରାଶି ମିଳିପାରେ। ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ।

କର୍କଟ : ମନୋବଳ ଦୃଢ଼ ରହିବ। ସୃଜନଶୀଳ ହେବେ। ତ୍ୟାଗପୂତ ଜୀବନଯାପନ କରିପାରନ୍ତି । ବିବିଧ ଉପାୟରେ ଧନ ଅର୍ଜନ କରି ନ୍ୟାୟ ମାର୍ଗରେ ପରିଚାଳିତ ହେବେ। ପୁତ୍ରଙ୍କ ପ୍ରୀତିକାରୀ ହେବେ।

ସିଂହ : ଉପାର୍ଜନ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଆହାର ସୁଧାର ହେବ। ଶ୍ରେଷ୍ଠ ମାନ୍ୟତା ମିଳିବ। ଉଦ୍ୟମ ପ୍ରଶଂସନୀୟ ହେବ।

କନ୍ୟା : ସମଦର୍ଶୀ ହୋଇପାରନ୍ତି। ଏକାନ୍ତ ସାଧନା ଫଳଦାୟକ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ଆବଶ୍ୟକତା ଦୃଷ୍ଟିରୁ ଧନ ବ୍ୟୟ କରିବେ।

ତୁଳା : ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ। ସହିଷ୍ଣୁ ହେବେ।

ବିଛା : ଦୟାଳୁ ସ୍ବଭାବର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଘେରି ରହିଥିବା ଜଞ୍ଜାଳ ଜାଲକୁ ଛିନ୍ନ କରି ପ୍ରଗତି ପଥର ପଥିକ ହେବେ। ସତ୍‌ପରାୟଣ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖକର ହେବ।

ଧନୁ : ସମର୍ପିତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦ୍‌ ବ୍ୟବହାର ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। ବ୍ରାହ୍ମଣ ଭକ୍ତିଯୁକ୍ତ ଓ ଶାସ୍ତ୍ରଜ୍ଞ ହେବେ।

ମକର : ଅର୍ଥ ଟାଣଟୁଣ ରହିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସାମାନ୍ୟ ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି । ପାପଧନରେ ଧାର୍ମିକ ହେବେ। କୁଳ ଓ ସ୍ବପକ୍ଷ ଲୋକଙ୍କର ହିତକାରୀ ହେବେ।

କୁମ୍ଭ : ସାରାଦିନ ଶୁଭମୟ ହେବ। ହର୍ଷଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ନରାଧମମାନଙ୍କର ପରପୀଡ଼ନକୁ ନିନ୍ଦା କରିପାରନ୍ତି। ଆଶା ଓ ଭରସାର ଆଶ୍ରିତ ହୋଇପାରନ୍ତି। ସୁସ୍ଥ ରହିବେ।

ମୀନ : ସତ୍‌କର୍ମ ପାଇଁ ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ। ମନରେ ସେବାଭାବନା ଜାଗ୍ରତ ହେବ। ଆପଣଙ୍କ ପ୍ରତିଭାରେ ମଗ୍ନ ହୋଇ ଶତ୍ରୁ ବି ଶାନ୍ତ ପଡ଼ିପାରେ। ଋଣଦାତା ସୁଧ ଛାଡ଼ କରି ମୂଳଧନକୁ କୋହଳ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories