ଶୁକ୍ରବାର ରାଶିଫଳ (୨୧/୧୦/୨୦୨୨)

ମେଷ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ।

ବୃଷ : ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ନିଜ ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ମିଥୁନ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ସ୍ନେହପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

କର୍କଟ : ଭାଗ୍ୟଶାଳୀ ହେବେ । ପର ଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ମିଳିବ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।

ସିଂହ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି।

କନ୍ୟା : କର୍ମଚଞ୍ଚଳ ରହିବେ। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି। ଏକାନ୍ତ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ନୀତିନିଷ୍ଠ, ବୁଦ୍ଧିମାନ୍‌ ଓ ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।

prayash

ତୁଳା : ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ।

ବିଛା : ମନ ପ୍ରସନ୍ନ ରହିବ। କୁଳପ୍ରଦୀପ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସୁସ୍ଥ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିଶ୍ରମର ମୂଲ୍ୟ ମିଳିବ। ପରିବାର ପ୍ରତି ସ୍ନେହଭାବ ରହିବ।

ଧନୁ : ଭାଗ୍ୟଶାଳୀ ହୋଇପାରନ୍ତି। ବିଳାସବ୍ୟସନ କରିପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

ମକର : ଈର୍ଷା ପରାୟଣ ହୋଇପାରନ୍ତି। ବାଚାଳ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସର୍ଦି ଓ କଫରେ ପୀଡ଼ିତ ହୋଇପାରନ୍ତି। ସତର୍କରେ ଚଳିବେ।

କୁମ୍ଭ : ସେବା ପରାୟଣ ହେବେ। ଶାସନ ଡୋରି ହାତକୁ ଆଣିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।

ମୀନ : ପରିସ୍ଥିତିକୁ ଚାହିଁ ଖର୍ଚ୍ଚ ସୀମିତ କରିବାକୁ ବାଧ୍ୟ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁରତାର ସହ ଶତ୍ରୁ ଦମନ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

kalyan agarbati

Comments are closed.