www.samajalive.in
Monday, December 15, 2025
15.1 C
Bhubaneswar

ନୂତନ ପେନସନ ଭୁକ୍ତ ଶିକ୍ଷକଙ୍କ ଜିଲ୍ଲା ସ୍ତରୀୟ ବୈଠକ

ବୌଦ୍ଧ : ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ ରାଜ୍ୟ ସଂଘର ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ମାତେଙ୍ଗଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରେ ଜିଲ୍ଲା ସାଧାରଣ ସଂପାଦକ ମହେଶ ସେଠୀ ପୂର୍ବ ବିବରଣୀ ପାଠ ସହ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ। ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ କୁମାର ମହାନ୍ତି ଅତିଥି ରୂପେ ଯୋଗ ଦେଇଥିଲେ। ଶିକ୍ଷାସହାୟକ ଚାକିରି ଅବଧିକୁ ମୂଳ ଚାକିରିରେ ଗଣନା ସହ ୬ଟି ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ଯଥା ଶିଘ୍ର ପ୍ରମୋସନ ପ୍ରଦାନ, ବ୍ଲକ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଘର ପୁନଃ ଗଠନ ଉପରେ ଆଲୋଚନା କରାଯାଇଥିଲା। ସରକାର ଯଦି ୬ବର୍ଷ ଶିକ୍ଷାସହାୟକ ଅବଧିକୁ ମୂଳ ଚାକିରିରେ ଗଣନା ସହ ୬ଟି ଇନକ୍ରିମେଣ୍ଟ ପ୍ରଦାନ ନକରନ୍ତି ତେବେ ଆଗାମୀ ଦିନରେ ଜିଲ୍ଲା ସଂଘ ଆନ୍ଦୋଳନକୁ ଓଲ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ଓ ଏଥିପାଇଁ ରାଜ୍ୟ ସରକାର୍ ସଂପୂର୍ଣ୍ଣ ଦାୟୀ ରହିବେ। ଏହି ବୈଠକରେ ଜିଲ୍ଲାସଂଘ ଉପସଭାପତି ବସନ୍ତ ବିଶ୍ୱାଳ, ରଞ୍ଜିତା ମିଶ୍ର କାର୍ଯ୍ୟକାରୀ ସଭ୍ୟା ରେଣୁପ୍ରଭା ବେହେରା, ଚାପଧାରୀ ପାତ୍ର ବୈାଦ୍ଧ ବ୍ଳକ ସଭାପରି ହୃଦାନନ୍ଦ ପ୍ରଧାନ, ଅଶୋକ ଘିବିଲା, ବିକାଶ ଭଞ୍ଜ, ସଂଜୟ ନାଏକ, ସନ୍ତୋଷ କୁମାର ସାହୁ ,ପରମେଶ୍ୱର ମେହେର, ଟୁଲେଶ୍ୱର ମେହେର, ଜିତେନ୍ଦ୍ର ପ୍ରଧାନ, ଦୁର୍ଗାମାଧବ ଆଚାର୍ଯ୍ୟ, ଦୁର୍ଗାଶଙ୍କର ପରିଜା, ରଶ୍ମିରଂଜନ ଦାସ, ବିଭୂତି ଭୂଷଣ ପ୍ରଧାନ, ରମେଶ ଚନ୍ଦ୍ର ନାଏକ, ଚନ୍ଦ୍ରଶେଖର ହାତୀ, ନବୀନ କୁମାର ବେହରୋ, ବୃନ୍ଦାବନ ସତପଥି ଓ କାଟ୍ୟାନି ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଶିକ୍ଷକ ଅଜିତ କୁମାର ମାହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories