www.samajalive.in
Sunday, December 14, 2025
19.1 C
Bhubaneswar

ସଟ୍ଟା ଖେଳାଉ ଥିବା ଯୁବକ ଗିରଫ ଓ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ସିଂହପାଲି ଗ୍ରାମରେ ଜଣେ ଯୁବକ ଲୋକଙ୍କୁ ସଟ୍ଟା ଖେଳରେ ସାମିଲ କରି  ମସଗୁଲ୍ ଥିବା ବେଳେ ଅତାବିରା ପୁଲିସ  ହାତରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ଏନଏସି ଅନ୍ତର୍ଗତ ଭାଲୁପାଲି ଗ୍ରାମର ରଜତ ମହାଳିଙ୍ଗ (୨୩) ନାମକ ଜଣେ ଯୁବକ ନିକଟସ୍ଥ ସିଂହପାଲି ଗ୍ରାମରେ ଲୋକଙ୍କୁ ନେଇ ସଟ୍ଟା ଖେଳାଉଥିବା ସମୟରେ ଅତାବିରା ପୋଲିସ ତାକୁ ଗିରଫ କରିଛି । ଯୁବକ ଜଣକ ଏହି  ସଟ୍ଟା  ଖେଳାଉଥିବା ଘଟଣା କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଜାଲ ବିଛାଇ ଛଦ୍ମ ବେଶରେ ନିରୀକ୍ଷଣ କରୁଥଲେ। ଠିକ୍ ସମୟରେ ପହଞ୍ଚି ଆଜି ତାକୁ ଗିରଫ କରି ଏକ କେସ ରୁଜୁ କରି କୋର୍ଟ ଚାଲାଣ କରିଛି । ଅତାବିରା ଅଞ୍ଚଳ ଏକ କୃଷି ବହୁଳ ଅଞ୍ଚଳ। ଲୋକେ ବହୁ ଶ୍ରମ କରି ଉତ୍ପାଦନ କରିଥାନ୍ତି। କିନ୍ତୁ ଏମିତି ଜୁଆ, ସଟ୍ଟା ଆଦିର ପ୍ରଭାବ ବିସ୍ତାର ବଢ଼ି ଚାଲିବା ଫଳରେ ଏଥିରେ ଅନେକ କିଶୋର ବୟସର ଯୁବ ଗୋଷ୍ଠୀ ତଥା ବୟସ୍କ ବ୍ୟକ୍ତି ମାନେ ଲାଳାୟିତ ହୋଇ ନିଜର ସର୍ବସ୍ବ ହରାଉଛନ୍ତି। ଏହା ବ୍ୟତୀତ ଏହାର ପ୍ରଭାବରେ ଚୋରି, ଡକାୟତି, ହତ୍ୟା ଆଦି ଅସାମାଜିକ କାର୍ଯ୍ୟକଳାପର ବୃଦ୍ଧି ଘଟୁଛି। ଯୁବକ ମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଚାଲିଯାଉଛି। ତେଣୁ ଲୋକଙ୍କୁ ପଥଭ୍ରଷ୍ଟ କରାଉଥିବା ଏମିତି ଜୁଆ , ସଟା ର ଏଜେଣ୍ଟ ମାନଙ୍କୁ  ଉପଯୁକ୍ତ  ଦଣ୍ଡ ବିଧାନ କରାଯିବ ଆବଶ୍ୟକ । ତେଣୁ ପୋଲିସ ଆଜି ଏହି ଯୁବକକୁ ଗିରଫ କରିବା ପରେ ଅଞ୍ଚଳରେ ସାଧୁବାଦ ଦିଆଯାଇଛି। ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଯାଦବ ବାଗ, ବିପିନ ବାଗ, ଏଏସ ଆଇ ଲଳିତ ନାଗ  ପ୍ରମୁଖ ଏହି ଯୁବକକୁ ଧରିବାରେ  ସାହାଯ୍ୟ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories