www.samajalive.in
Monday, December 15, 2025
27.1 C
Bhubaneswar

ବଳାତ୍କାରୀକୁ ୯୦ ଲକ୍ଷ ଜୋରିମାନା, ସମ୍ପତ୍ତି ବିକି ପୀଡ଼ିତାକୁ ଦିଆଯିବ କ୍ଷତିପୂରଣ

ଫରିଦକୋଟ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ବଳାତ୍କାର ମାମଲାର ଶୁଣାଣି କରି ଦୋଷୀକୁ ୯୦ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି। ଏହି ମାମଲାରେ ଦୋଷୀ ନିଶାନ ସିଂହ ଏବଂ ତାଙ୍କ ମା’ ନବଜୋତଙ୍କ ଠାରୁ ଜୋରିମାନା ଅର୍ଥ ଆଦାୟ ପାଇଁ ଫରିଦକୋଟ ଜିଲା ପ୍ରଶାସନ ତାଙ୍କ ସମ୍ପତ୍ତିର ନିଲାମ କରିବ।
ଜିଲା ପ୍ରଶାସନିକ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ନିଶାନ ଏବଂ ତାଙ୍କ ମା’ଙ୍କ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇଛି। ତାଙ୍କ ପାଖରେ ୩.୫ ଏକର ଚାଷ ଜମି, ୧.୫ ଏକରର ଘରଡ଼ିହ ରହିଛି। ଏହାକୁ ନିଲାମ କରି ପୀଡ଼ିତା ଓ ତାଙ୍କ ବାପା-ମା’ଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।
ପ୍ରକାଶଯୋଗ୍ୟ ଯେ ୨୦୧୮ ଅଗଷ୍ଟ ୩୧ରେ ହରିୟାଣା ହାଇକୋର୍ଟର ଜଷ୍ଟିସ୍‍ ଇନ୍ଦରଜିତ ସିଂହ ଏବଂ ଏବି ଚୌଧୁରୀଙ୍କ ଖଣ୍ଡପୀଠ ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ନିଶାନ ଏବଂ ତାଙ୍କ ମା’ଙ୍କ ଉପରେ ୯୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲେ। କ୍ଷତିପୂରଣ ବାବଦ ପୀଡ଼ିତାଙ୍କୁ ୫୦ ଲକ୍ଷ, ପୀଡ଼ତାଙ୍କ ମା’ ଓ ବାପାଙ୍କୁ ୨୦ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ନିର୍ଦେଶ ଦିଆଯାଇଥିଲା। ଦୋଷୀଙ୍କ ସମ୍ପତ୍ତି ବିକ୍ରି କରି ଜୋରିମାନା ଅର୍ଥ ଆଦାୟ କରିବାକୁ ହାଇକୋର୍ଟ ଫରିଦକୋଟ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ୧୦ ସପ୍ତାହ ମଧ୍ୟରେ ଏହି ପକ୍ରିୟା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା। ଏହି କ୍ରମରେ ଅକ୍ଟୋବର ୨୯ରେ ଜିଲା ପ୍ରଶାସନ ନିଶାନ ଓ ତାଙ୍କ ମା’ଙ୍କ ସମ୍ପତ୍ତି ନିଲାମ କରିବାକୁ ତାରିଖ ଧାର୍ଯ୍ୟ କରିଛି।
ଅଭିଯୋଗ ଅନୁସାରେ ଫରିଦକୋଟ ନିବାସୀ ନିଶାନ ୨୦୧୨ ଜୁନ୍‍ ୨୫ରେ ଦଶମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀକୁ ଅପହରଣ କରି ଦେଶ ବାହାରକୁ ନେଇଯାଇଥିଲା। ୨୦୧୨ ଜୁଲାଇ ୨୭ରେ ଛାତ୍ରୀ ଜଣକ ନିଶାନଙ୍କ କବଳରୁ ମୁକୁଳି ଘରକୁ ଫେରିବାରେ ସଫଳ ହୋଇଥିଲା। ଏହାର ଠିକ୍‍ ଏକ ମାସ ପରେ ନିଶାନ ନିଜର ଦୁଇ ସାଙ୍ଗ ସହ ମିଶି ପୁଣି ଥରେ ୨୦୧୨ ସେପ୍ଟେମ୍ବର ୨୪ରେ ଛାତ୍ରୀ ଜଣଙ୍କୁ ଅପହରଣ କରି ନେଇଥିଲା। ଛାତ୍ରୀଙ୍କ ବାପା-ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ୍‍ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ନିଶାନକୁ ଗିରଫ କରିବାରେ ସଫଳ ହୋଇଥିଲା। ଏହି ମାମଲାର ନିଶାନଙ୍କୁ ଆଜୀବନ ଜେଲ, ତାର ମା’ ଓ ଅନ୍ୟ ସାଙ୍ଗଙ୍କୁ ୭ ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories