www.samajalive.in
Saturday, December 6, 2025
15.1 C
Bhubaneswar

ହରିଶଙ୍କର ରୋପୱେ ବାତିଲ ବିରୋଧରେ ଧାରଣା 

ବଲାଙ୍ଗିର: ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ଅଭିଯୋଗରେ ମଙ୍ଗଳବାର ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କୋଶଲବାଦୀ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଆଜି କରାଯାଉଥିବା ଆନ୍ଦୋଳନରେ ହରିଶଙ୍କର-ନୃସିଂହନାଥକୁ ରୋପୱେ ନିର୍ମାଣ ମୁଖ୍ୟ ଦାବି ରହିଛି। ଯଦି ଏହି ଦାବି ଆଗାମୀ ଦିନରେ ଦାବି ପୂରଣ ନହୁଏ, ତାହାଲେ ସାରା ପଶ୍ଚିମ ଓଡିଶାରେ ରାଜରାସ୍ତାରେ ନିଆଁ ଜଳିବା ସହ ଆନ୍ଦୋଳନକୁ ଆହୁରି ମଜବୁତ କରାଯିବ ବୋଲି ଆନ୍ଦୋଳନକାରୀମାନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରୋପୱେ ନିର୍ମାଣ ଦାବିରେ କିଛି ଦିନ ପୂର୍ବେ ହରିଶଙ୍କରରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚା ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଥିଲା। ସେହିପରି ସୋମବାର ଖପ୍ରାଖୋଲ ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories