www.samajalive.in
Saturday, December 6, 2025
17.1 C
Bhubaneswar

ରିଲିଜ୍‌ ହେଲା ‘ଉଁଚାଇ’ ଟ୍ରେଲର: ମନମୋହିବ ଅମିତାଭ, ଅନୁପମ ଓ ବୋମନ ଇରାନୀଙ୍କ ବନ୍ଧୁତ୍ବ କାହାଣୀ

ମୁମ୍ବାଇ: ଅମିତାଭ ବଚ୍ଚନ, ଅନୁପମ ଖେର ଓ ବୋମନ ଇରାନୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଉଁଚାଇ’ର ଟ୍ରେଲର ରିଲିଜ୍‌ ହୋଇଛି। ସୁରଜ ବଡ଼ଜାତ୍ୟାଙ୍କ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ପରି ଏହା ମଧ୍ୟ ଏକ ପାରିବାରିକ ଫିଲ୍ମ, ଯେଉଁଥିରେ ୪ ସାଙ୍ଗଙ୍କ ଜୀବନ କାହାଣୀ ଦର୍ଶାଯାଇଛି। ଅସମ୍ଭବ ମନେହେଉଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଦୃଢ ପ୍ରୟାସକୁ ଦେଖାଉଥିବା ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର ୧୧ରେ ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରରେ ପରିଣୀତି ଚୋପ୍ରା, ଡ୍ୟାନି ଡେଞ୍ଜୋଗ୍‌ପା ଏବଂ ନୀନା ଗୁପ୍ତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଫିଲ୍ମର ଟ୍ରେଲର ଭାବପ୍ରବଣତା, ପ୍ରେମ ଏବଂ ପ୍ରେରଣାରେ ପରିପୂର୍ଣ୍ଣ। ଟ୍ରେଲରରେ ଦର୍ଶାଯାଇଛି ଯେ, ବନ୍ଧୁ ପାଇଁ ଅମିତାଭ ବଚ୍ଚନ, ବୋମନ ଇରାନୀ ଏବଂ ଅନୁପମ ଖେର ପରିଣତ ବୟସରେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାର ସ୍ବପ୍ନ ଦେଖୁଛନ୍ତି ଓ ବେସ୍ କ୍ୟାମ୍ପକୁ ଯିବାକୁ ବାହାରୁଛନ୍ତି। ତେବେ ଯିଏ ତାଙ୍କର ସ୍ୱପ୍ନ ବିଷୟରେ ଶୁଣୁଛନ୍ତି ସେ ତାଙ୍କୁ ଫେରିବାକୁ ପରାମର୍ଶ ଦେଉଛନ୍ତି।

- Advertisement -

କିନ୍ତୁ ସେମାନେ କାହା କଥା ଶୁଣୁନାହାନ୍ତି ଏବଂ ଯାତ୍ରା ଆରମ୍ଭ କରୁଛନ୍ତି। ଏହି ସମୟରେ ସେମାନଙ୍କୁ ବର୍ଷା, ବରଫ, କଠିନ ରାସ୍ତା ଦେଇ ଯିବାକୁ ପଡୁଛି। ତଥାପି ସେମାନେ ହାର ମାନୁ ନାହାନ୍ତି। କିନ୍ତୁ ଟ୍ରେଲରର ଶେଷରେ କେବଳ ଅମିତାଭ ବଚ୍ଚନ ମାଉଣ୍ଟ ଏଭରେଷ୍ଟର ବେସ୍‌ କ୍ୟାମ୍ପ ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। କ’ଣ ଏହି ଯାତ୍ରା ସମୟରେ ଅନୁପମ ଖେର ଏବଂ ବୋମନ ଇରାନୀ ହାର ମାନି ନେଉଛନ୍ତି?

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories