ପାତ୍ରପୁର : ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ଏସ ନୂଆଗାଁର ଜଣେ ବ୍ୟକ୍ତିଙ୍କ ଧାନ ଜମିରୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗ୍ରାମର କେ ଲାବନ୍ୟଙ୍କ ଧାନ ଜମିରେ ସାର ପକାଇବା ବେଳେ ଜମି ମଧ୍ୟରେ ଏକ ଅଜଗର ସାପ ରହି ଥିବା ଦେଖିବାକୁ ମିଳିଥିଲା। ଏହି ଖବର ଶୁଣି ତାଳପଡା ଗ୍ରାମର ନାରାୟଣ ବେଜ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ସୃରଙ୍ଗୀ ଜଙ୍ଗଲ କର୍ମଚାରୀ ସ୍ନେକ ହେଲପ ଲାଇନ ପକ୍ଷରୁ ଧାନ ଜମିରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ପନ୍ଦର ଫୁଟ ଥିବା ବେଳେ ଓଜନ ୬୦କେଜି ଥିବା ଜଣାଯାଇଛି। ସାପଟିର ପିଠିରେ ଦୁଇଟି ସ୍ଥାନରେ ସାମାନ୍ୟ କ୍ଷତ ଚିହ୍ନ ଥିବା ବେଳେ ଚିକିତ୍ସାପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି।
Popular Categories



