www.samajalive.in
Sunday, December 14, 2025
19.1 C
Bhubaneswar

ମଦ ବ୍ୟବସାୟୀ-ଅବକାରୀ ବିଭାଗ ମଧଚନ୍ଦ୍ରିକା : ମୃତ ବ୍ୟକ୍ତି ଚଳାଉଛନ୍ତି ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ମଦଭାଟି

ଦେବଗଡ଼ :  ମୃତବ୍ୟକ୍ତି ଚଳାଉଛନ୍ତି ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ମଦଭାଟି । ବିଶ୍ୱାସ ନହେଲେ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଦେବଗଡ ଜିଲା ସଦର ମହକୁମା ଏବଂ ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲା ସଦର ମହକୁମାରେ ଥିବା ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ମଦଭାଟି ଏବଂ ବଳମ ଗ୍ରାମରେ ଥିବା ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ମଦଭାଟି ସମ୍ବଲପୁର ଜିଲାର କବରିବାହାଳ ଗ୍ରାମର ରବିଶଙ୍କର ସାହୁଙ୍କ ନାମରେ ରହିଛି । କିଛିଦିନ ପୂର୍ବେ ଶ୍ରୀ ସାହୁଙ୍କର ଦେହାନ୍ତ ଘଟିଥିବା ବେଳେ ଏହି ମଦଭାଟି ଦ୍ୱୟକୁ ଅବକାରୀ ବିଭାଗ ପକ୍ଷରୁ ସିଲ୍ କରାଯିବା ପରିବର୍ତ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ନାମରେ ଉଭୟ ମଦଭାଟି ଚାଲୁଥିବା ଜଣାପଡିଛି । ସେହିପରି ମଦ ବେପାର ଏବଂ ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ବେଆଇନ ତଥା ଖୁଲମଖୋଲା ଭାବେ ଉପରୋକ୍ତ ମଦ ଭାଟି ଦ୍ୱୟ ଚାଲୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୌଣସି ସରକାରୀ ସ୍ୱିକୃତୀ ପ୍ରାପ୍ତ ମଦଭାଟିର ଲିଜ ଧାରୀଙ୍କ ମୃତ୍ୟୂ ଘଟିଲେ ଅବକାରୀ ବିଭାଗ ପକ୍ଷରୁ ସମ୍ପୃକ୍ତ ମଦଭାଟିକୁ ସିଲ୍ କରାଯିବା କଥା। ମାତ୍ର ସମସ୍ତ ନୀତି ନିୟମର ଖୋଲା ଉଲଂଘନ କରାଯିବା ସହ ଦିନ ଦ୍ୱି’ ପ୍ରହରରେ ବେଆଇନ ଭାବେ ମଦ ପ୍ରସ୍ତୁତ କରାଯାଉଛି । ଫଳରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୁମିକାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଏଭଳି ଅନିୟମିତତା ପଛରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ସ୍ପଷ୍ଟ ଅନୁମେୟ ହେଉଛି । ସେହିପରି ବର୍ତ୍ତମାନ ପରିସ୍ଥିତିରେ ଯଦି ସମ୍ପୃକ୍ତ ମଦଭାଟିରୁ ପ୍ରସ୍ତୁତ ମଦ ଜନିତ କୌଣସି ଅଘଟଣ ଘଟେ ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଳମ ମଦଭାଟି ସମ୍ପର୍କରେ ବାରକୋଟ ଦାୟିତ୍ୱରେ ଥିବା ଅବକାରୀ ବିଭାଗ ଭାରପ୍ରାପ୍ତ ସବଇନ୍ସପେକ୍ଟର ସିଦ୍ଧେଶ୍ୱର ନାୟକଙ୍କୁ ପଚାରିବାରୁ ଉକ୍ତ ମଦଭାଟିର ଲିଜଧାରୀ ରବିଶଙ୍କର ସାହୁଙ୍କର କିଛିଦିନ ପୂର୍ବେ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକଙ୍କ ଠାରୁ ସୂଚନା ପାଇଥିବା ପ୍ରକାଶ କରିଛନ୍ତି । ସେହିପରି ନିୟମ ଅନୁଯାୟୀ ଲିଜଧାରୀଙ୍କ ମୃତ୍ୟୂପରେ ସମ୍ପୃକ୍ତ ମଦଭାଟିକୁ ସିଲ୍ କରାଯିବା କଥା ବୋଲି ସ୍ୱୀକାର କରିଥିଲେ ମଧ୍ୟ ଏଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରି ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ମଦଭାଟିକୁ ସିଲ କରାଯାଇ ନାହିଁ ଓ ଏହା ସ୍ୱାଭାବିକ ଭାବେ ଚାଲିଥିବା ପ୍ରକାଶ କରିଛନ୍ତି । ସେହିପରି କିଛିଦିନ ପରେ (ମୃତ ରବିଶଙ୍କରଙ୍କ)ପରିବାର ଲୋକଙ୍କ ନାମକୁ ଏହାର ମାଲିକାନା ପରିବର୍ତ୍ତନ (ଓନରସିପ ଟ୍ରାନ୍ସଫର ) କରାଯିବ ବୋଲି ଉତ୍ତର ଦେଇଛନ୍ତି । ସେହିପରି ଦେବଗଡ ଅବକାରୀ ସବ ଇନ୍ସପେକ୍ଟର ଚନ୍ଦ୍ରଶେଖର ପଢିଆରୀଙ୍କୁ ଦେବଗଡ ମଦଭାଟି ସମ୍ପର୍କରେ ପ୍ରଶ୍ନ କରିବାରୁ ଗତ ୯ ତାରିଖରେ ରବିଶଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ କରିବା ସହ ସେହିଦିନ ରାତ୍ରୀରେ ହିଁ ସେ ଏହି ସୂଚନା ପାଇଥିବା ସ୍ୱୀକାର କରିଛନ୍ତି । ସେହିପରି ସରକାରୀ ନିୟମ ଅନୁଯାୟୀ ସୂଚନା ପାଇବା ପରେ ହିଁ ସମ୍ପୃକ୍ତ ମଦଭାଟିକୁ ସିଲ କରାଯିବା କଥା। ମାତ୍ର ସେ ଟିକିଏ ଚାପରେ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ମଦଭାଟିକୁ ସିଲ୍ କରିନଥିବା ଉତ୍ତର ଦେଇଛନ୍ତି । ତେବେ ମତାମତ ପାଇଁ ଦେବଗଡ ଜିଲା ଅବକାରୀ ଅଧିକ୍ଷକ କରୁଣାଶଙ୍କର ତିୱାରୀଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ । ଦେବଗଡ ଜିଲାପଳ ଏବଂ ରାଜ୍ୟ ଅବକାରୀ ବିଭାଗ କମିଶନର ନିଜେ ଏହି ଅନିୟମିତତା ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories