www.samajalive.in
Monday, December 15, 2025
27.1 C
Bhubaneswar

ପରମ୍ପରା ଓ ସଂସ୍କୃତିକୁ ନେଇ ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ଦିଆଯାଉଛି ଗୁରୁତ୍ୱ

ଭୁବନେଶ୍ୱର : ଓଡ଼ିଶାର ହଜିଯାଉଥିବା କୀର୍ତ୍ତନ, ଭାଗବତ ଓ ଲୋକକଳାକୁ ପୁନଃର୍ଜିବୀତ କରିବାକୁ ‘ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଛି । ଗାଁ ଗହଳିର କୁଟୀର ଶିଳ୍ପଠାରୁ ଆରମ୍ଭ କରି ଓଡ଼ିଶାର ନିଚ୍ଛକ କଳା ଓ ସଂସ୍କୃତିକୁ ଖୋଜିବାର ଏକ ନୂଆ ପ୍ରୟାସ ହୋଇଛି । ବିଶେଷ ଭାବେ ମାତୃ ଓ ମାତୃଶକ୍ତି ପାଇଁ ଏକ ବଡ଼ ଉଦ୍ୟମ। ଓଡ଼ିଶାର ଗାଁ ଓ ପଞ୍ଚାୟତ ସ୍ତରରେ ଏମିତି ଅନେକ କଳା ଅଛି ଯାହା ଧିରେ ଧିରେ ହଜିଯାଉଛି। ସବୁଠୁ ବଡ଼ କଥା ହେଲା ଏମିତି ଅନେକ ମହିଳା କଳାକାର ଅଛନ୍ତି ଯେଉଁମାନଙ୍କ କଳା ବଣ ମଲ୍ଲୀ ପରି ମଉଳି ଯାଉଛି। ଏହିସବୁକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ‘ମିଟି କା ଗୁମାନ’ ପ୍ରୟାସ କରାଯାଇଛି।

 

- Advertisement -

ଏହି ଅବସରରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ‘ମିଟି କା ଗୁମାନ’ ସମ୍ମାନ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା, ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂଆ ଅଧ୍ୟକ୍ଷା ମନ୍ଦାକିନୀ କର, ଭୁବନେଶ୍ୱର ମେୟର ସୁଲୋଚନା ଦାସ,ସ୍ୱତନ୍ତ୍ର ସଚିବ ଦିଲ୍ଲିପ ରାଉତରାୟ, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଓ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ନିବେଦିତା ନାୟକ। ଏହି ଅବସରରେ କଳାକ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ‘ମିଟି କା ଗୁମାନ’ ସମ୍ମାନ ୨୦୨୨ ରେ ପ୍ରସିଦ୍ଧ ଚଳିଚ୍ଚିତ୍ର ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ଆମ ମାଟିର କଳା ସମ୍ମାନ ୨୦୨୨ ଶ୍ରୀ କୃଷ୍ଣ ନାୟକ (ସଂପାଦକ, ଶ୍ରୀ ସାହିତ୍ୟ), ସ୍ୱପ୍ନ ବିନୋଦିନୀ ସମ୍ମାନ ୨୦୨୨ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ତଥା ସମାଜସେବୀ କୃଷ୍ଣା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

 

ଏହାସହ ୨୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏକ ଦିନ ବ୍ୟାପୀ ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆୟୋଜକ ନିବେଦିତା ନାୟକ କହିଛନ୍ତି ପ୍ରୋଟେକ୍ସନ୍‌, ପ୍ରିଜରଭେସନ ଓ ପ୍ରମୋସନ ଅର୍ଥାତ୍ କଳାର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ଆମର ମୂଳ ଲକ୍ଷ୍ୟ। ପରମ୍ପରା ଓ ସଂସ୍କୃତିକୁ ନେଇ ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ଆମେ ଗୁରୁତ୍ୱ ଦେଇଆସୁଛୁ । ଗାଁ ଗହଳିର କଳାକାରଙ୍କୁ ବିଶ୍ୱସ୍ତରୀୟ ମଞ୍ଚରେ ପହଁଚାଇବା ପାଇଁ ଆମର ପ୍ରୟାସ ଜାରି ରହିଛି । ସୌଭାଗ୍ୟବଶତଃ ୧୬ ଅକ୍ଟୋବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ନିଜର କାର୍ୟ୍ୟକ୍ରମ ଆୟୋଜନ କରିପାରିଛି । ମହିଳା ସଶକ୍ତିକରଣ ପାଇଁ ସବୁବେଳେ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସ୍ଥାପନା ପରିବାର କଳା ଓ ସଂସ୍କୃତିକୁ ନେଇ ଗାଁ ଗହଳିର ମହିଳାଙ୍କ ବିକାଶ ପାଇଁ ଏଭଳି ଏକ ନିଆରା ପ୍ରୟାସ କରିଛି ଓ ଆଗାମୀ ଦିନରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ନାରୀ ସଶକ୍ତିକାରଣ କ୍ଷେତ୍ରରେ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେବ ବୋଲି ଟ୍ରଷ୍ଟ୍‌ର ମୁଖ୍ୟ ମତପ୍ରକାଶ କରିଛନ୍ତି ।

ଏହି କାର୍ୟ୍ୟକ୍ରମରେ ବିଭିନ୍ନ ଲୋକକଳା ଓ ସାଂସ୍କୃତିକ କାର୍ୟ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍‌ର ସଂପାଦକ ସରୋଜ କୁମାର ଭୂୟାଁ, ଶାନ୍ତା ବଳିୟାରସିଂହ, ରୀତା ବଳିଆରସିଂହ, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଶେଷରେ ସରୋଜ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories