www.samajalive.in
Sunday, December 14, 2025
26.1 C
Bhubaneswar

କେନାଲ ନିର୍ମାଣ ପାଇଁ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପଡେଇକାନି ଗ୍ରାମବାସୀ

କଲ୍ୟାଣସିଂହପୁର : କଲ୍ୟାଣସିଂହପୁର ରାୟଗଡ଼ା ଜିଲ୍ଲାର କୃଷି ବହୁଳ ବ୍ଳକ ହୋଇଥିବା ବେଳେ ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ଯୋଜନା ଆଗକୁ ବଢ଼ି ପାରୁନି । ଏହି ବ୍ଲକରେ ଅନେକ ଜଳ ପ୍ରକଳ୍ପ ରହିଥିଲେ ମଧ୍ୟ କେନାଲ ନଥିବାରୁ ଜମିକୁ ଜଳସେଚନ ହୋଇ ପାରିନାହିଁ । ଅନେକ ଯୋଜନା ଅଧପନ୍ତରିଆ ଅବସ୍ଥାରେ ରହି ଯାଇଛି। ଏମିତି ନାରାୟଣ ପୁର ପଞ୍ଚାୟତର ପଡେଇକାନି ସିତପୁର, କସିଗୁଡା ଗ୍ରାମରେ ପ୍ରାୟ ଦୁଇ ଶହ ହେକ୍ଟର ଜମିକୁ ଜଳସେଚନ ସୁବିଧା ପାଇଁ ନାରାୟଣ ପୁର ବୁଢ଼ା ନାଳରେ ଚେକ ଡେମ ନିର୍ମାଣ କରାଯାଇଥିଲା। କିନ୍ତୁ ଆଜକୁ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କେନାଲ ଖଣ୍ଡିକ ପାଇଁ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାହା ହୋଇ ପାରିଲା ନାହିଁ ।
ତେଣୁ ରବିବାର ପଡେଇକାନି ଗ୍ରାମବାସୀ ଜିଲ୍ଲାପାଳ ସ୍ବଧା ଦେଵ  ସିଂ ଓ ନିଜ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି କେନାଲ ନିର୍ମାଣ କରି ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଦାବୀ ଜଣାଇଛନ୍ତି। ସରକାର ଗତ ପାଞ୍ଚ ବର୍ଷ ପୂର୍ବେ ନାଗାବଳୀ ନଦୀ କୂଳରେ ୪ଟି ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ତିରିଶି ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲେ। କିନ୍ତୁ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ବେଳେ ଆଉ କିଛି ଅଧା ପନ୍ତରିଆ ଅବସ୍ଥାରେ ବିଭାଗ ଛାଡି ଦେଇ ଚାଲିଯାଇ ଥିବାରୁ ବର୍ତ୍ତମାନ ଉକ୍ତ ପ୍ରକଳ୍ପ ଗୁଡିକର ଚିହ୍ନ ଵର୍ଣ୍ଣ ନାହିଁ ।  ପାଣି ଆସିବ ଵୋଲି ତିନି ଖଣ୍ଡ ଗ୍ରାମବାସୀ ଚାଷ କରି ବଞ୍ଚିବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ଫଳ ଶୂନ୍ୟ ହୋଇଥିବାରୁ ଆଜି ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଭେଟି ରହିଦାସ ପିଡ଼ିସିକା, ସାଙ୍ଗନା  କାଡ୍ର।କା, ରାଉତ ପିଡ଼ିସିକା, ସିତରାମ କାଡ୍ର।କା, ମୁକୁନ୍ଦ ତିଆକା, ଅକ୍ଷୟ ପିଡ଼ିସିକା, ଲାଚାଣା ପିଡ଼ିସିକା ଓ ବୈରାଗି ପିଡିସିକା ମନ୍ତ୍ରୀଙ୍କୁ ଭେଟିବା ପରେ ମନ୍ତ୍ରୀ ସାରାକା, ମୁଁ ତଦାରଖ କରି ନିଶ୍ଚିନ୍ତ ଭାବେ କେନାଲ ମରାମତି କରାଇବା ବ୍ୟବସ୍ଥା କରିବି ବୋଲି କହିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories