www.samajalive.in
Sunday, December 14, 2025
23.1 C
Bhubaneswar

ବିଜୁ ଜନତାଦଳ ଭୁବନେଶ୍ବର ସାଙ୍ଗଠନିକ ଜିଲା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ପାଳିତ

ଭୁବନେଶ୍ବର: ଆଜି ଜନପ୍ରିୟ ନେତା ତଥା ଭାରତବର୍ଷର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୭ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଜନତା ଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲା ତରଫରୁ ଜିଲା ସଭାପତି ସୁଶାନ୍ତ ରାଉତଙ୍କ ନେତୃତ୍ୱରେ କ୍ୟାପିଟାଲ ହସ୍ପିଟାଲ ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସେବାରେ ଉତ୍ସର୍ଗୀକୃତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିବସ ଏଭଳି ଏକ ନିଆରା ଢଙ୍ଗରେ ପାଳନ କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବିଭାଗ, ଶଲ୍ୟ ଚିକିତ୍ସା ବିଭାଗ, ଔଷଧ ବିଭାଗ, ଅସ୍ଥିଶଲ୍ୟ ବିଭାଗ ଏବଂ ବର୍ଣ୍ଣିଂ ବିଭାଗର ପ୍ରାୟ ୩୦୦ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟ, ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଡ଼େପୁଟି ମେୟର ମଞ୍ଜୁଲତା କହ୍ନର, ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ପାତ୍ର, ରଂଜିତ ମହାପାତ୍ର, ବିରଞ୍ଚି ନାରାୟଣ ମହାସୁପକାର, ଅମରଜିତ ସେନାପତି, ରୁଦ୍ର ସାମନ୍ତରାୟ, କର୍ପୋରେଟର ଅମରେଶ ଜେନା, ଭୋଳାନାଥ ମହାରଣା, ପୂର୍ବତନ କର୍ପୋରେଟର ସେକ୍ ନିଜାମୁଦ୍ଦିନ, ଆଲୋକ ପାଣିଗ୍ରାହୀ, ଶ୍ରୀଧର ଜେନା, ଛାତ୍ର ସଭାପତି ସୁବାସ ସାହୁ ଏବଂ ବିଜୁ ଜନତା ଦଳର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଆଜିର ଏହି ନିଆରା ପଦକ୍ଷେପ ପାଇଁ ରୋଗୀମାନେ ମୁଖ୍ୟମନ୍ତ୍ରୀ ନନୀନ ପଟ୍ଟନାୟକଙ୍କୁ ତାଙ୍କର ଜନ୍ମଦିବସ ପାଇଁ ଆଶୀର୍ବାଦ କରିବା ସହିତ ଦୀର୍ଘାୟୁ କାମନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories