www.samajalive.in
Sunday, December 14, 2025
26.1 C
Bhubaneswar

ସାଧୁଚରଣ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁରସ୍ଥିତ ସାଧୁ ଚରଣ ଉଚ୍ଚବିଦ୍ୟାଳୟକୁ ମିଳିଲା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ମାନ୍ୟତା। ବିଦ୍ୟାଳୟକୁ ଏହି ମାନ୍ୟତା ମିଳିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଏହି ଅବସରରେ ରବିବାର ବିଦ୍ୟାଳୟ ପ୍ରାଙ୍ଗଣରେ ସ୍କୁଲ ଆଲୁମିନି କମିଟି, ବିଦ୍ୟାଳୟ ପରିଚାଳନା ଓ ବିକାଶ କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୁରାତନ ଓ ଛାତ୍ର ଛତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ କୃତଜ୍ଞତା ଜଣେଇବା ଉଦେଶ୍ୟରେ ଏକ ଧନ୍ୟବାଦ ସମାରୋହ ଅନୁଷ୍ଠିତ ହୋଇଥିଲା। ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓମ ପ୍ରକାଶ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ନବକିଶୋର ଦୀପ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥିଭାବେ ୭ନମ୍ବର ଜିଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚନ୍ଦନା ବେହେରା, ପୁରାତନ ଛାତ୍ର ତଥା ଜଗତୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ, ଆଲୁମିନି କମିଟି ସଭାପତି ଦେବେନ୍ଦ୍ର ସାହୁ, ମଥୁରା ଜି ପି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁଃଖୁ ଗାଈଗୌରିଆ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ ସାହୁ ଯୋଗ ଦେଇଥିଲେ। ଅନ୍ୟ ପୁରାତନ ଛାତ୍ର ମଧ୍ୟରେ ଜୟ ମିଶ୍ର, ଦେବାଶିଷ ମହାକୁଳ, ବିଜୟ ସାହୁ, ଅଲେଖ ବଗର୍ତି, ବିଭୁତି ମିଶ୍ର, ସୁଜ୍ଞାନ ସାହୁ, ସୁଧାଂଶୁ ରଣା ସଭାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ରାଜୀବ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories