www.samajalive.in
Monday, December 15, 2025
17.1 C
Bhubaneswar

ଧାମରାରେ ଶିଳ୍ପଉଦ୍ୟାନ ବିରୁଦ୍ଧରେ ପ୍ରଜାମେଳି

ଧାମରା: ଧାମରା ନିକଟସ୍ଥ ବଳଭଦ୍ରପ୍ରସାଦ, ଲକ୍ଷ୍ମୀପ୍ରସାଦ, ଜଗନ୍ନାଥ ପ୍ରସାଦରେ ହେବାକୁ ଥିବା ଶିଳ୍ପ ଉଦ୍ୟାନ କରାଇବାକୁ ଦେବୁନାହିଁ ଏବଂ କୌଣସି ପରିସ୍ଥିରେ ନିଜର ଭିଟାମାଟି, ଚାଷଜମି ଏବଂ ବାସଗୃହ ମଧ୍ୟ ସରକାରଙ୍କ ହାତକୁ ଟେକି ଦେବୁନାହିଁ ବୋଲି ବଜ୍ର ଶପଥ ନେଇଛନ୍ତି ଅଂଚଳବାସୀ। ଆଜି ଏହି ଶିଳ୍ପ ଉଦ୍ୟାନ ବିରୁଦ୍ଧରେ ଏକ ଚାଷୀମେଳି କଇଥଖୋଲା ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚାଷୀମେଳି ଆଗାମୀ ଦିନରେ ଏକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ସରକାରଙ୍କୁ କୌଣସି ସମୟରେ ଏବଂ କୌଣସି ପରିସ୍ଥିତିରେ ସହଯୋଗ କରିବ ନାହିଁ ବୋଲି ଏକତ୍ରିତ ହୋଇଥିବା ଚାଷୀମାନେ ବଜ୍ର ଶପଥ ନେଇଥିଲେ। କେଉଁ ପରିସ୍ଥିତିରେ ସରକାର ସାଧାରଣ ଚାଷୀଙ୍କ ସହ ଆଲୋଚନା ନକରି ନିଜର କଡ଼ା ଆଭିମୁଖ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ସମଗ୍ର ଅଂଚଳବାସୀଙ୍କୁ ଅସୁବିଧାରେ ପକାଇଛି।ଆଜି ହୋଇଥିବା ଏହି ଚାଷୀ ମେଳିରେ ଦିନବନ୍ଧୁ ମହାଳିକଙ୍କ ଆବହକତ୍ୱରେ ଗୋବିନ୍ଦ ରାଉଳ, ବିଜୟ ରାଉତ, ଅମୁଲ୍ୟ ବେହେରା, ନକୁଳ ସେଠୀ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହ କିପର ରାଜ୍ୟ ସରକାରଙ୍କ ଶହ ଶହ ଏକର ସରକାରୀ ଜମି ଏହି ଅଂଚଳରେ ଥିବା ସତ୍ୱେ ସରକାର ଇଡକୋକୁ ହାତବାରିସୀ କରି ୫ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ସ୍ଥାବର, ଅସ୍ଥାବର ସମ୍ପତି ହାତେଇ ନେବାକୁ ଚେଷ୍ଟା ଚଳାଇଛନ୍ତି ସେ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ ଏହି ଚାଷୀମେଳିରେ ସାମିଲ ହୋଇଥିବା ଏବଂ ନିଜର ଭିଟାମାଟି ହରାଉଥିବା ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଦରକାର ପଡ଼ିଲେ ପୋସ୍କୋ ଭଳି ନିଜର ଜୀବନ ମଧ୍ୟ ହରାଇବାକୁ ପଛାଇବେ ନାହିଁ ବୋଲି ମତ ପ୍ରକାଶ ପାଇତିଲା। ତୁରନ୍ତ ସରକାର ଜମି ମାଲିକ ମାନଙ୍କୁ ଜମି ଛାଡିବା ପାଇଁ ନୋଟିସ ଦେଇଥିବା ବେଳେ ଯୁଦ୍ଧକାଳୀନ ଭିତିରେ ଏହାକୁ ପ୍ରତ୍ୟାହାର କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ନଚେତ କର ଅବା ମର ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ମଧ୍ୟ ସାଧାରଣ ଚାଷୀ ସରକାରଙ୍କୁ କଡା ଚେତାବନୀ ମଧ୍ୟ ଦେଇଥିଲେ। ଆଜିର ଏହି ଚାଷୀ ମେଳିରେ ଜାଗୁଳା ତଥା କଇଥଖୋଲା ପଂଚାୟତର ଅଶୋକ କୁମାର ଦିନ୍ଦା, ବୃନ୍ଦାବନ ମଣ୍ଡଳ, ପ୍ରଦ୍ୱୀପ କୁମାର ଦାସ, ରବୀନ୍ଦ୍ର ମଣ୍ଡଳ, ଦିବାକର ବିଶ୍ୱାଳ, ଆଲୋକ କୁମାର ନାୟକ, ଆନନ୍ଦ ନାୟକ, ମଳୟ ନାୟକ, ରବୀନ୍ଦ୍ର ନାଥ ମଣ୍ଡଳ, ରଘୁ କାମିଳାଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେବା ସହ ଆଜି ମଧ୍ୟ ଏକ କୋର କମିଟି ଗଠନ କରାଯାଇ ଆଗାମୀ ଦିନରେ ସରକାରଙ୍କୁ କୌଣସି ପରିସ୍ଥିତିରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories