www.samajalive.in
Sunday, December 7, 2025
26.1 C
Bhubaneswar

ସୁନ୍ଦରୀ କାଣ୍ଡ

ସାତକୋଶିଆ ଜଙ୍ଗଲାଞ୍ଚଳରେ ମହାବଳ ବାଘ ଛାଡ଼ି ସେଠାରେ ଏହି ପ୍ରଜାତିର ପୁନଃସ୍ଥାପନ ଓ ସଂଖ୍ୟା ବୃଦ୍ଧି ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା ତାହା ସେଠାରେ ଛଡ଼ାଯାଇଥିବା ଏକ ବାଘୁଣୀ ସୁନ୍ଦରୀର ଗତିବିଧିପାଇଁ ବିଘ୍ନିତ ହୋଇଛି। ମଧ୍ୟପ୍ରଦେଶରୁ ଅଣାଯାଇଥିବା ଏହି ତରୁଣୀ ବ୍ୟାଘ୍ରୀକୁ ବନାଞ୍ଚଳରେ ଅବାଧରେ ବୁଲିବାକୁ ଛାଡ଼ିଦେବା ପରେ ସେ ଗ୍ରାମାଭିମୁଖୀ ହେବା ସହ ଦୁଇଜଣଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। ସ୍ବାଭାବିକଭାବେ ବାଘ ଭୟରେ ସ୍ଥାନୀୟ ଲୋକେ ଏହାର ସ୍ଥାନାନ୍ତରଣ ଦାବି କରି ପ୍ରତିବାଦ କରୁଛନ୍ତି ଏବଂ ଏହା ମଧ୍ୟ ହିଂସାତ୍ମକ ରୂପ ନେଇଛି। ଏବେ ବନବିଭାଗ ସୁନ୍ଦରୀକୁ ନିଶ୍ଚେତକ ଜରିଆରେ କାବୁ କରି ଖୁଆଡ଼କୁ ପୁଣି ନେବାକୁ ଚେଷ୍ଟାରେ ଅଛନ୍ତି। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ା। ସେମାନେ ବିରୋଧ କଲେ କାମଟି ହୋଇପାରିବ ନାହିଁ।
ସୁନ୍ଦରୀ ଏ ପର୍ଯ୍ୟନ୍ତ ଯେଉଁସବୁ କାଣ୍ଡ ଭିଆଇଛି ସେଥିରେ ତା’କୁ ମଣିଷଖିଆ ବାଘ ବୋଲି ସାଧାରଣରେ କୁହାଯାଇପରେ; କିନ୍ତୁ ଜଙ୍ଗଲ ଓ ବନ୍ୟପ୍ରାଣୀ ଆଇନ ଅନୁସାରେ ଏଯାଏ ସେ ମଣିଷଖିଆ ଘୋଷିତ ହେବାର ସର୍ତ୍ତପୂରଣ କରିନାହିଁ। ତେଣୁ ତା’କୁ ଗୁଳି କରି ମାରିବା ମଧ୍ୟ ଆଇନତଃ ସମ୍ଭବ ନୁହେଁ। ତେଣୁ ଏକମାତ୍ର ବାଟ ହେଲା ସୁନ୍ଦରୀକୁ ପୁନର୍ବାର କାବୁ କରିବା ଏବଂ ଭାରତୀୟ ବନ୍ୟପ୍ରାଣୀ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବା। ତେଣୁ ତା’ର ସ୍ଥାନାନ୍ତରଣ ପ୍ରାୟ ନିଶ୍ଚିତ। ରାଜ୍ୟର ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହା ମଧ୍ୟ ସ୍ପଷ୍ଟ କରି ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ପ୍ରସଙ୍ଗରେ ରାଜନୀତିଠୁ ଦୂରେଇ ରହି ଉତ୍ତେଜିତ ନ’ହୋଇ ଲୋକେ ସହଯୋଗ କରିବା ଆବଶ୍ୟକ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories