www.samajalive.in
Sunday, December 14, 2025
19.1 C
Bhubaneswar

ଅବଦୁଲ କଲାମ ଜୟନ୍ତୀ ପାଳନ ଅବସରରେ ଡା. ନାରାୟଣୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ଠାରେ ଶନିବାର ଭାରତରତ୍ନ ସ୍ୱର୍ଗତ ଅବଦୁଲ କଲାମ ଙ୍କୁ ତାଙ୍କର ୯୨ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହିତ ସ୍ୱନାମଧନ୍ୟ ଡା. ନାରାୟଣୀ ପଣ୍ଡା ଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ମୁଖ୍ୟବକ୍ତା ରୂପେ ପ୍ର. ଶ୍ରୀବନ୍ତ ଦାଶ କହିଥିଲେ ଯେ, ପ୍ରଜ୍ଞାଶୀଳ ଗବେଷକ, ଶିକ୍ଷକ, ବୈଜ୍ଞାନିକ ହେବା ସହିତ ସ୍ୱର୍ଗତ କଲାମ ଜଣେ ଦକ୍ଷ ରାଜନୀତିଜ୍ଞ ଓ ଜନସଚେତନତାକୁ ଜାଗ୍ରତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ବିଜ୍ଞାନକୁ ଜନପ୍ରିୟ କରିବାରେ ସେ ସଦା ପ୍ରୟାସରତ ଥିଲେ। ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ଅଶୋକ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ନିକଟ ଅତୀତରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଦ୍ୱାରା ପ୍ରଦତ୍ତ ଓଡ଼ିଶା ସିଟିଜେନ ଏୱାର୍ଡ ରେ ସମାଜସେବୀ ଡା. ନାରାୟଣୀ ପଣ୍ଡା ଙ୍କୁ ସମ୍ମାନୀତ କରାଯାଇଥିବାରୁ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସମ୍ବଲପୁରର ୪୭ଟି ଅନୁଷ୍ଠାନ ଡା. ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପ ସଭାପତି ସୁର୍ଯ୍ୟ ପାଣିଗ୍ରାହୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ସହ ସମ୍ପାଦିକା ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସକାଳ ସମୟରେ ଜିଲା ସ୍କୁଲ ଛକ ସ୍ଥିତ କଲାମଙ୍କ ପ୍ରତିମୂର୍ତ୍ତିରେ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories