ସମ୍ବଲପୁର: ଇନରହ୍ୱିଲ କ୍ଲବ ସମ୍ବଲପୁର ହେଣ୍ଡଲୁମ ସିଟି ପକ୍ଷରୁ ୧୦ଟି ସ୍କୁଲ ବେଞ୍ଚ ପ୍ରଦାନ କରାଯାଇଛି। ଶନିବାର ସ୍ଥାନୀୟ ମୁଦିପଡ଼ା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲବ ପକ୍ଷରୁ ଡିଷ୍ଟ୍ରିକ୍ଟ ଚେୟାରମେନ ଟି. ଚିରଞ୍ଜିବ ଙ୍କ ଦ୍ୱାରା ଏହି ସ୍କୁଲ ବେଞ୍ଚ ଗୁଡିକ ପ୍ରଦାନ କରାଯାଇଛି। ଏଥି ସହ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଚେୟାମେନ ଶ୍ରୀମତି ଚିରଞ୍ଜିବ ଙ୍କ ଦ୍ୱାରା ସମ୍ବଲପୁରର ବିଭିନ୍ନ ବସ୍ତି ଅଞ୍ଚଳରେ ଛତା ବଣ୍ଟନ କାର୍ଯ୍ୟକ୍ରମକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରେ କ୍ଲବ ଦ୍ୱାରା କରାଯାଉଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜ କଲ୍ୟାଣ ଦିଗରେ ମହତ୍ୱପୁର୍ଣ୍ଣ ପରାମର୍ଶ ଶ୍ରୀମତି ଚିରଞ୍ଜିବ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ସଭାପତି ଶୋଭାଗିନୀ ପଟେଲ, ସମ୍ପାଦିକା ମମତା ବାରିକ, ସୁନୀତା ରଥ, ଲକ୍ଷ୍ମୀ ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟା ସକ୍ରିୟ ଭୁମିକା ନିର୍ବାହ କରିଥିଲେ।
Popular Categories



