www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟାଳୟରୁ ଚୋରୀ ହୋଇଥିବା ଜିନିଷ ଜବତ

ବାଲେଶ୍ଵର: ଦୁର୍ଗା ପୂଜା ଛୁଟିରେ ବିଦ୍ୟାଳୟରୁ ଚୋରୀ ହୋଇଥିବା ଜିନିଷ ସିମୁଳିଆ ପୋଲିସ ଦ୍ଵାରା ଜବତ ହେବା ସହ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୁଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ରପେୟା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ଅନୁଯାୟୀ ଦୁର୍ଗା ପୂଜାରେ ବିଦ୍ୟାଳୟ ଛୁଟି ଥିବା ବେଳେ ବିଦ୍ୟାଳୟରୁ ତାଲା ଭାଙ୍ଗି ଦୁର୍ବୁତ୍ତମାନେ ୭ଟି କମ୍ପ୍ୟୁଟର, ସିପିୟୁ, ପୋଜେକ୍ଟ ମେସିନ ସହିତ କିଛି ଖେଳ ସାମଗ୍ରୀ ଚୋରି ହୋଇଥିବାର ୧୩ ତାରିଖରେ ପ୍ରଧାନ ଶିକ୍ଷକ ଭବାନୀ ପ୍ରସାଦ ଦ୍ଵିବେଦୀ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଉକ୍ତ ବିଦ୍ୟାଳୟରେ ପହଞ୍ଚି ତନାଘନା କରିଥିଲେ। ପରେ ୬ଜଣ ଛାତ୍ର ଚୋରି କରିଥିବା ଜାଣିବାକୁ ପାଇଥିଲେ। ଉକ୍ତ ୬ଜଣକୁ ସିମୁଳିଆ ପୋଲିସ ଥାନାକୁ ଆଣି ପଚରା ଉଚରା କରି ଛାଡି ଦେଇଥିବା ବେଳେ ଚୋରୀ ଘଟଣାର ମାଷ୍ଟର ମାଇଣ୍ଡ କୁସୁନପୁର ଗ୍ରାମର ଅଜୟ ଦାସଙ୍କୁ ପୋଲିସ ଅଟକ ରଖି ତଦନ୍ତ କରିଥିବା ଜଣାଯାଇଛି। ଅନ୍ୟପଟେ ଏହି ଘଟଣାରେ ପୋଲିସ ୩ଟି କମ୍ପ୍ୟୁଟର, ପ୍ରୋଜେକ୍ଟ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories