ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାରପ୍ରାଥମିକତା ଦେଉଛନ୍ତି

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଜେଜେଏମ ଯୋଜନାରେ ରାଜ୍ୟର ନୟାଗଡ଼ ଜିଲାରେ ଦୁଇଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ଉକ୍ତ ପ୍ରକଳ୍ପଗୁଡ଼ିକ ଦ୍ୱାରା ନୟାଗଡ଼ ଜିଲାର ୨ଗୋଟି ବ୍ଲକ ଯଥା ରଣପୁର ଓ ଓଡ଼ଗାଁ ବ୍ଲକ ଅଧୀନରେ ଥିବା ମୋଟ ୭୩ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୪୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩,୦୮,୨୩୧ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ ରଣପୁର ବ୍ଲକ ଅଧୀନରେ ଥିବା ୩୭ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମର ପ୍ରାୟ ୧,୫୪,୫୪୯ଜଣ ଲୋକ ଓ ଓଡ଼ଗାଁ ବ୍ଲକ ଅଧୀନରେ ଥିବା ୩୬ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯୭ଟି ଗ୍ରାମର ପ୍ରାୟ ୧,୫୩,୭୩୭ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଦ୍ୱାରା ଉପକୃତ ହୋଇପାରିବେ।
ବର୍ତ୍ତମାନ ରାଜ୍ୟ କ୍ୟାବିନେଟ ଉପରୋକ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର କେଇସି ଇଣ୍ଟରନ୍ୟାସନାଲ ଲିମିଟେଡ ଇନ ଜେଭି ୱିଥ ଏସପିଏମଏଲ ଇନ୍‍ଫ୍ରା ଲିମିଟେଡ, ମୁମ୍ବାଇଙ୍କ ୩୯୫କୋଟି ୪୩ଲକ୍ଷ ୭୮ ହଜାର ୭୨୨ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି। ଉକ୍ତ ପ୍ରକଳ୍ପଗୁଡ଼ିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

kalyan agarbati

Comments are closed.