ନ୍ୟୁଡ କଲ: ଯନ୍ତ୍ରୀ ଗଣିଲେ ୬ ଲକ୍ଷ, ଘଟଣାରେ ସମ୍ପୃକ୍ତ ଜଣେ ଯୁବକକୁ ଗିରଫ କଲା ପୁଲିସ
ପାରଳାଖେମୁଣ୍ଡି: ଗଜପତି ଜିଲା ଗୁମ୍ମା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ନ୍ୟୁଡ କଲ୍ର ଶିକାର ହୋଇଥିବା ସୂଚନା ମିଳିଛି। ନ୍ୟୁ ଡ କଲର ଶିକାର ହୋଇ ଯନ୍ତ୍ରୀ ୬ ଲକ୍ଷ ହରାଇଛନ୍ତି। ଗତ ବର୍ଷେ ହେଲା ଯୁବତୀଙ୍କ ସହ ସମ୍ପର୍କରେ ଥିଲେ କନିଷ୍ଠ ଯନ୍ତ୍ରୀ। କନିଷ୍ଠ ଯନ୍ତ୍ରୀଙ୍କ ନ୍ୟୁଡ ଭିଡିଓ କଲ ସୁଟିଂ କରିନେଇଥିଲେ ଯୁବତୀ। ଏହି ଭିଡିଓକୁ ନେଇ ବ୍ଲାକମେଲିଂ କରି ଯୁବତୀ ଜଣକ ୬ ଲକ୍ଷ ଟଙ୍କା ଆଦାୟ କରିଥିଲେ। ତେବେ ବ୍ଲାକମେଲିଂ ବଢ଼ିବାରୁ ସେରଙ୍ଗ ଥାନାରେ ଏତଲା ଦାୟର କରିଥିଲେ କନିଷ୍ଠ ଯନ୍ତ୍ରୀ। ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ସେରଙ୍ଗ ଥାନା ପୁଲିସ ଗିରଫ କରିଛି। ମାଷ୍ଟରମାଇଣ୍ଡ ଯୁବତୀକୁ ହାଜର ହେବାକୁ ସେରଙ୍ଗ ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି।
Comments are closed.