www.samajalive.in
Sunday, December 7, 2025
14.1 C
Bhubaneswar

୧୨୦ କେଜି ଗଞ୍ଜେଇ ସହ ୩ ମଟରସାଇକେଲ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଥାନା ପୁଲିସ ପକ୍ଷରୁ ୧୨୦ କେଜି ଗଞ୍ଜେଇ ସହ ୩ଟି ମଟରସାଇକେଲ ଜବତ  ହୋଇଛି । ଘଟଣାରେ ଜଣକୁ ପୁଲିସ ଗିରଫ ମଧ୍ୟ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ୩ଟି ମଟରସାଇକେଲରେ ବଘିଆପଡା ପଟୁ ଜହ୍ନାପଙ୍କ ଆଡକୁ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇ ବୌଦ୍ଧ ପୁଲିସ ଉକ୍ତ ରାସ୍ତାରେ ଚଢାଉ କରିଥିଲା । ଚଢାଉ ସମୟରେ ଦୁଇଜଣ ବ୍ୟକ୍ତି  ମଟରସାଇକେଲ ଛାଡି ଫେରାର ହୋଇଯାଇଥିଲେ । ହେଲେ ଜଣେ ପୁଲିସ ହାତରେ ଧରାପଡିଥିଲା । ପୁଲିସ ୩ଟି ବାଇକରୁ ୧୨୦ କେଜି ଗଞ୍ଜେଇ ସହ ୩ଟି ମଟରସାଇକେଲ ଜବତ କରି ଜଣେ ଅଭିଯୁକ୍ତ ବାଉଁଶୁଣୀ ସଦେଇପୁର ଗ୍ରାମର ତରଣୀ ପ୍ରଧାନ (୨୯)କୁ ଗିରଫ କରିଥିଲା । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୩୦୯ /୨୨ରେ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories