ପାଠ ସହ ଖେଳ କୁଦ କଲେ ସ୍ୱାସ୍ଥ୍ୟ ଠିକ ରହିବ
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲା ସ୍ବାସ୍ଥ୍ୟ ବିଭାଗ ଆନୂକୂଲ୍ୟରେ ସ୍ଥାନୀୟ ଏଜେଓ ହାଇ ସ୍କୁଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହର ପାଳିତ ହୋଇଛି। ଏ ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ବସନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ଜନ ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ଚିକିତ୍ସା ମନୋବିଜ୍ଞାନୀ ତପସ୍ୱିନୀ ଆଚାର୍ୟ୍ୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ଇତିଶ୍ରୀ ପଟ୍ଟନାୟକ,ଶିକ୍ଷକ ସନ୍ତୋଷ ସାହୁ, ଦଧିବାମନ ରଥ ପ୍ରମୁଖ ଯୋଗ ଦେଇ କିଶୋର ଅବସ୍ଥାରେ ମାନସିକ ସ୍ୱାସ୍ଥ୍ୟ କିପରି ରହିବା ଆବଶ୍ୟକ ସେ ନେଇ ଆଲୋଚନା କରିଥିଲେ। ପାଠ ସହ ଖେଳ କୁଦ କଲେ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ପିଲାମାନଙ୍କୁ ପରାମର୍ଶ ଦେବା ସହ ବିଦ୍ୟାଳୟ ପରିସରକୁ ତମାଖୁ ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ବକ୍ତା। ଏ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟତ୍ରୀ କଲ୍ଲୋଳିନୀ ଆଚାର୍ୟ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.