କେରଳ ନରବଳି ; ହତ୍ୟା ପରେ ମାଂସ ଖାଇଥିଲେ ଅଭିଯୁକ୍ତ !

ଏର୍ଣ୍ଣାକୁଲମ୍‌ : କେରଳର କୋଚି ଅଞ୍ଚଳରେ ଦୁଇଜଣ ମହିଳାଙ୍କୁ ବଳି ଦିଆଯାଇଥିବା ପୁଲିସ ସୂଚନା ଦେଇଥିବା ବେଳେ ବଳି ଦେବା ପରେ ଅଭିଯୁକ୍ତ ୩ଜଣ ମଣିଷ ମାଂସ ଖାଇଥିବା ନେଇ ସନ୍ଦେହ କରୁଛି। ତେ​ବେ‌ ଏଥିନେଇ ବର୍ତ୍ତମାନ ସୁଦ୍ଧା ପ୍ରମାଣ ନ ଥିବା ପୁଲିସ କହିଛି।
ବୁଧବାର କୋଚି ପୁଲିସ କମିସନର ଏକ ସାମ୍ବାଦିକ ସମ୍ମିଳନୀରେ ନରବଳି ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସଫି । ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ପୁଲିସ ତରଫରୁ ତଦନ୍ତ ଜାରି ରହିଛି। ମହିଳା ଦୁଇଜଣଙ୍କୁ ବଳି ​‌ଦେବା ପରେ ଅଭିଯୁକ୍ତମାନେ ସେମାନଙ୍କ ମାଂସ ରାନ୍ଧି ଖାଇଥିବା ସନ୍ଦେହ କରାଯାଉଛି । ମହିଳା ଦୁଇଜଣଙ୍କ କ୍ଷତବିକ୍ଷତ ଶବ ଅଭିଯୁକ୍ତ ଦମ୍ପତିଙ୍କ ଘର ପଛପଟୁ ମଳିଛି । ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ସଫି ପୂର୍ବରୁ ଏପରି ଅନ୍ୟ କୌଣସି ଅପରାଧ କରିଛି କି ନାହିଁ ସେ ସଂପର୍କରେ ତଦନ୍ତ ଜାରି ରହିଛି । ଜଣେ ମହିଳାଙ୍କୁ ଜୁନ୍‌ ୬ ଓ ଅନ୍ୟଜଣଙ୍କୁ ସେପ୍ଟେମ୍ବର ୨୬ରେ ବଳି ଦିଆଯାଇଥିଲା। ଅର୍ଥ ପ୍ରାପ୍ତି ନିମନ୍ତେ ନରବଳି ଦିଆଯାଇଥିବା ସନ୍ଦେହ କରାଯାଉଥିବା ସେ କହିଥିଲେ । ଏହି ମାମଲାରେ ଗିରଫ ୩ଜଣଙ୍କୁ ବୁଧବାର ଏର୍ଣ୍ଣାକୁଲମ୍ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ ସେମାନଙ୍କୁ ୧୪ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ରାଜ୍ୟ ପୁଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

kalyan agarbati

Comments are closed.