www.samajalive.in
Tuesday, December 9, 2025
15.1 C
Bhubaneswar

#ମି ଠୁ: ତ୍ୱରିତ୍‍ ଶୁଣାଣି କରିବେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘#ମି ଠୁ’ ଅଭିଯାନକ୍ରମେ ଯୌନ ନିର୍ଯାତନା ସମ୍ବନ୍ଧୀୟ ଅଭିଯୋଗକୁ ଭିତ୍ତି କରି ଏତଲା ରୁଜୁ ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ତ୍ୱରିତ୍‍ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ଆଇନଜୀବୀ ଏମ୍‍.ଏଲ୍‍ ଶର୍ମା ଏହି ଆବେଦନ କରିଥିଲେ। ଯୌନ ନିର୍ଯାତନା ବିଷୟରେ ସାହସିକତାର ସହ ଖୋଲାଖୋଲି ଅଭିଯୋଗ ଆଣୁଥିବା ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ଲାଗି ଜାତୀୟ ମହିଳା କମିସନ (ଏନ୍‍ସିଡବ୍ଲ୍ୟୁ)କୁ ନିର୍ଦେଶ ଦେବାକୁ ମଧ୍ୟ ଉକ୍ତ ଆବେଦନରେ ସେ ଦର୍ଶାଇଥିଲେ। ଏହି ଆବେଦନ ଉପରେ ନିୟମିତ କାର୍ଯ୍ୟସୂଚୀ ଅନୁସାରେ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏବଂ ବିଚାରପତି ଏସ୍‍. କେ କାଉଲଙ୍କ ପୀଠ କହିଛନ୍ତି।
ଅକ୍ଟୋବର ୫ଠାରୁ କେତେକ ଅଭିନେତ୍ରୀ ତଥା ସାମ୍ବାଦିକାଙ୍କ ସମେତ ଏକାଧିକ ମହିଳା #ମି ଠୁ ଅଭିଯାନକ୍ରମେ ବିଭିନ୍ନ ଲୋକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାରେ ଲାଗିଛନ୍ତି। ଏପରିକି ଏହି ଅଭିଯୋଗକୁ ଭିତ୍ତି କରି ବିଜେପି ନେତା ଏମ୍‍. କେ ଆକବରଙ୍କୁ ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି। ପୂର୍ବତନ ସମ୍ପାଦକ ଆକବରଙ୍କ ବିରୋଧରେ ବହୁ ସାମ୍ବାଦିକା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories