www.samajalive.in
Friday, December 5, 2025
16.1 C
Bhubaneswar

#ମି ଠୁ: ତ୍ୱରିତ୍‍ ଶୁଣାଣି କରିବେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘#ମି ଠୁ’ ଅଭିଯାନକ୍ରମେ ଯୌନ ନିର୍ଯାତନା ସମ୍ବନ୍ଧୀୟ ଅଭିଯୋଗକୁ ଭିତ୍ତି କରି ଏତଲା ରୁଜୁ ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ତ୍ୱରିତ୍‍ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ଆଇନଜୀବୀ ଏମ୍‍.ଏଲ୍‍ ଶର୍ମା ଏହି ଆବେଦନ କରିଥିଲେ। ଯୌନ ନିର୍ଯାତନା ବିଷୟରେ ସାହସିକତାର ସହ ଖୋଲାଖୋଲି ଅଭିଯୋଗ ଆଣୁଥିବା ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ଲାଗି ଜାତୀୟ ମହିଳା କମିସନ (ଏନ୍‍ସିଡବ୍ଲ୍ୟୁ)କୁ ନିର୍ଦେଶ ଦେବାକୁ ମଧ୍ୟ ଉକ୍ତ ଆବେଦନରେ ସେ ଦର୍ଶାଇଥିଲେ। ଏହି ଆବେଦନ ଉପରେ ନିୟମିତ କାର୍ଯ୍ୟସୂଚୀ ଅନୁସାରେ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏବଂ ବିଚାରପତି ଏସ୍‍. କେ କାଉଲଙ୍କ ପୀଠ କହିଛନ୍ତି।
ଅକ୍ଟୋବର ୫ଠାରୁ କେତେକ ଅଭିନେତ୍ରୀ ତଥା ସାମ୍ବାଦିକାଙ୍କ ସମେତ ଏକାଧିକ ମହିଳା #ମି ଠୁ ଅଭିଯାନକ୍ରମେ ବିଭିନ୍ନ ଲୋକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାରେ ଲାଗିଛନ୍ତି। ଏପରିକି ଏହି ଅଭିଯୋଗକୁ ଭିତ୍ତି କରି ବିଜେପି ନେତା ଏମ୍‍. କେ ଆକବରଙ୍କୁ ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି। ପୂର୍ବତନ ସମ୍ପାଦକ ଆକବରଙ୍କ ବିରୋଧରେ ବହୁ ସାମ୍ବାଦିକା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories