ଏନ୍‍ଆର୍‍ସି ହେଲା କାଳ; ନାଗରିକତା ହରାଇଥିବା ପୂର୍ବତନ ଶିକ୍ଷକଙ୍କ ଆତ୍ମହତ୍ୟା

0

ଗୁଆହାଟୀ : ଜାତୀୟ ନାଗରିକ ପଞ୍ଜିକା (ଏନ୍‍ଆର୍‍ସି)ର ଚିଠାପ୍ରସ୍ତବରେ ନିଜ ନାମ ନ ଥିବା ଦେଖିବା ପରେ ଆସାମର ମଙ୍ଗାଲଡୋଇ ଜିଲାର ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ଏସ୍‍ପି ଶ୍ରୀଜିତ ଟି. ଏ ବିଷୟରେ ସୋମବାର ସୂଚନା ଦେଇ କହିଛନ୍ତି ନିରୋଦ କୁମାର ଦାସ ନାମକ ଜଣେ ପୂର୍ବତନ ଶିକ୍ଷକ ରବିବାର ପ୍ରାତଃଭ୍ରମଣରୁ ଫେରି ଶୋଇବା ଘରେ ପଶି କବାଟ ଦେଇ ଦେଇଥିଲେ । କିଛି ସମୟ ପରେ ତାଙ୍କ ମୃତଦେହ ତାଙ୍କ ଘରେ ଝୁଲୁଥିବା ନେଇ ପରିବାର ଲୋକେ ଦେଖିବାକୁ ପାଇଥିଲେ। ୭୪ ବର୍ଷ ବୟସ୍କ ଦାସଙ୍କ ପକେଟ୍‍ରୁ ଏକ ଚିଠି ଉଦ୍ଧାର କରାଯାଇଛି। ଏନ୍‍ଆର୍‍ସିରୁ ବାଦ ପଡିବା ପରେ ବିଦେଶୀ ବୋଲି କରାଯାଉଥିବା ତାଚ୍ଛଲ୍ୟରୁ ବର୍ତ୍ତିବା ଲାଗି ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା ଉକ୍ତ ଚିଠିରେ ଦାସ ଉଲ୍ଲେଖ କରିଛନ୍ତି। ଦାସଙ୍କ ପତ୍ନୀ, ତିନି ଝିଅ ଓ ସେମାନଙ୍କ ସ୍ୱାମୀ ତଥା ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଏନ୍‍ଆର୍‍ସିରୁ ବାଦ ପଡିଛନ୍ତି।

Leave A Reply