ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟଦିବସ ପାଳିତ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଣ୍ଟିଖାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ମାନସିକ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ବିଦ୍ୟାର୍ଥୀମାନେ ହାତରେ ପ୍ରଚାରପତ୍ର ଧରି ଗାଁ ପରିକ୍ରମା କରିବା ସହିତ ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ଓ ସନ୍ତୁଳିତ ଜୀବନ ଧାରଣର ମହାମନ୍ତ୍ର ବୋଲି ସ୍ଲୋଗାନ ମାଧ୍ୟମରେ କହିଥିଲେ। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ବିଦ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ସ୍ୱାସ୍ଥ୍ୟ ହିଁ ସଂପଦ। ସୁସ୍ଥ ମସ୍ତିଷ୍କ ଧାରୀ ମଣିଷଠାରୁ ସମାଜ ଅନେକ କିଛି ଆବଶ୍ୟକ କରିଥାଏ ବୋଲି କହିବା ସହ ମାନସିକ ସ୍ୱାସ୍ଥ୍ୟ ସନ୍ତୁଳିତ ରହିବାର ଉପାୟମାନ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ଟିପିଏଚଓ ନିଳାକ୍ଷୀ ସରକାର, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ମନୋରଞ୍ଜନ ଦାସ,ମାନସିକ ସ୍ୱାସ୍ଥ୍ୟ କାଉନସିଲର ଜାନକୀ ସି,ହରିନାରାୟଣ ଦାସ, ବିପିଏମ ଅପନ୍ନା ମହାପାତ୍ର,ମହିଳା ସ୍ୱାସ୍ଥ୍ୟକର୍ମୀ ଲିଲି ସୁତାର, ଆଶା ନୟନା ଖଟୁଆ ସହିତ ବିଦ୍ୟାଳୟ ପ୍ରଧାନଶିକ୍ଷକ ହରେକୃଷ୍ଣ ବିଶ୍ୱାଳ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ମାନସିକ ରୋଗ ସଂପର୍କରେ ଆଲୋକପାତ କରିଥିଲେ। ପିଏଚଇଓ କବିତାରାଣୀ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

kalyan agarbati

Comments are closed.