www.samajalive.in
Saturday, December 13, 2025
23.1 C
Bhubaneswar

ଜନ୍ମ ବାର ଅନୁସାରେ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ଜନ୍ମମୃତ୍ୟୁ ଉଭୟ ଭଗବାନଙ୍କ ହାତରେ ଥାଏ। ପ୍ରତ୍ୟେକ ଦିନ କୋଟି କେଟି ପିଲା ଜନ୍ମ ହୋଇଥାନ୍ତି। ବେଳେବେଳେ ଦେଖାଯାଇଥାଏ କେତେକ ପିଲା ଭାଗ୍ୟଶାଳୀ ହୋଇଥାନ୍ତି। ବିଶେଷ ଦିନ ଓ ବିଶେଷ ମୂହୂର୍ତ୍ତରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି କୁହାଯାଏ। ଆସନ୍ତୁ ଜାଣିବା ବାର ଅନୁସାରେ ଜନ୍ମ ହୋଇଥିବା ବ୍ୟକ୍ତି କେତେ ଭାଗ୍ୟଶାଳୀ ଓ ତାଙ୍କ ସ୍ୱଭାବ କିପରି ହୋଇଥାଏ..
ରବିବାର: ରବିବାର ଦିନ ଜନ୍ମ ହୋଇଥବା ବ୍ୟକ୍ତି ସାମାନ୍ୟ ତେଜସ୍ୱୀ,ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଦୀର୍ଘ ଆୟୂଷର ହୋଇଥାନ୍ତି। ଏମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନେ ଅନ୍ୟ କାହା କାମରେ ବାଧା ସୃଷ୍ଟି କରି ନଥାନ୍ତି। ଏମାନଙ୍କ କାମରେ କାହାର ବାଧା ସୃଷ୍ଟି କରିବା ପସନ୍ଦ ନୁହେଁ। ରବିବାର ଜନ୍ମ ହୋଇଥିବା ବ୍ୟକ୍ତି ଶୀଘ୍ର ରାଗି ଯାଆନ୍ତି।ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଆସ୍ଥାବାନ ହୋଇଥାନ୍ତି। ଏମାନେ ଅନ୍ୟକୁ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି।
ସୋମବାର: ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଶିବଙ୍କ ଆଶୀର୍ବାଦ ରହିଥାଏ। ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ସର୍ବଦା ମିଠା କଥା କହିଥାନ୍ତି। ଏମାନେ ଚଞ୍ଚଳ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଏମାନଙ୍କର ସ୍ମରଣ ଶକ୍ତି ମଧ୍ୟ ଭଲ ରହିଥାଏ। ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ମା’ଙ୍କୁ ଅଧିକ ଭଲ ପାଇଥାନ୍ତି। ଏମାନଙ୍କୁ ମା’ଙ୍କ ଭଲ ପାଇବା ମଧ୍ୟ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ମିଳିଥାଏ। ଏମାନେ ଅଧିକ ଜିଦିଆ ପ୍ରକୃତିର ହୋଇଥାନ୍ତି।
ମଙ୍ଗଳବାର: ମଙ୍ଗଳବାର ଦିନ ଜନ୍ମ ହୋଇଥବା ବ୍ୟକ୍ତି ସାଧାରଣତଃ ଧାର୍ମିକ ସ୍ୱଭାବର ହୋଇଥାନ୍ତି। ଏମାନେ ଖୁବ ସଚ୍ଚୋଟ ହୋଇଥାନ୍ତି। ସଚ୍ଚୋଟ ହୋଇଥିବା କାରଣରୁ ଭୁଲ କାମକୁ ସହ୍ୟ କରିପାରି ନଥାନ୍ତି। ସର୍ବଦା ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଅନ୍ୟମାନଙ୍କ ସମ୍ମୁଖରେ ନିଜକୁ ଭଲ ବୋଲି ଦେଖାଇ ଥାନ୍ତି।
ବୁଧବାର: ବୁଧବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଧର୍ମ କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି। ଏମାନଙ୍କ ମସ୍ତିଷ୍କ ଅଧିକ ତେଜ ହୋଇଥିବା କାରଣରୁ ଏମାନେ ବୁଦ୍ଧିମାନ ହୋଇଥାନ୍ତି। ପରିବାରକୁ ଅଧିକ ଭଲ ମଧ୍ୟ ପାଇଥାନ୍ତି। ଏମାନେ ମନରୁ ସଫା ହୋଇଥାନ୍ତି। ଅନ୍ୟକୁ ସାହାଯ୍ୟ କରିବାକୁ ପସନ୍ଦ କରିଥାନ୍ତି।
ଗୁରୁବାର: ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ସାହାସୀ ହୋଇଥାନ୍ତି। ଏମାନେ ଯେକୌଣସି ପରିସ୍ଥିତିକୁ ସାମନା ସହଜରେ କରିଥାନ୍ତି। ଏମାନଙ୍କ ଏହି ଗୁଣରୁ ଅନେକ ଲୋକ ଶୀଘ୍ର ପ୍ରଭାବିତ ହୋଇଥାନ୍ତି। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଆସ୍ଥାବାନ ହୋଇଥାନ୍ତି। ଧାର୍ମିକ କାର୍ଯ୍ୟରେ ଦାନ କରିବାକୁ ପସନ୍ଦ ମଧ୍ୟ କରିଥାନ୍ତି।
ଶୁକ୍ରବାର: ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ସହନଶୀଳ ସ୍ୱଭାବର ହୋଇଥାନ୍ତି। ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ଭାବୁକ ଓ ଦାନୀ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଏମାନେ ନିଜ ମନ କଥା ଅନ୍ୟ ସାମନାରେ ପ୍ରକାଶ କରି ନଥାନ୍ତି। ଅନ୍ୟ ମାନଙ୍କ ମୁହଁରୁ ନିଜର ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି। ସର୍ବଦା ଅନ୍ୟ ଦ୍ୱାରା ନିଜ କାମ କରିବାକୁ ଚେଷ୍ଟା କରନ୍ତି।
ଶନିବାର: ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ପ୍ରଭାବ ଅଧିକ ରହିଥାଏ। ସେମାନେ ସ୍ୱଭାବରେ ଭିତରୁ ଭଲ ହୋଇଥାନ୍ତି। ନିଜ କାମ ନିଜେ କରିବାକୁ ପସନ୍ଦ କରିଥାନ୍ତି। ନିଜ କଥା ଅନୁସାରେ କାର୍ଯ୍ୟ କରିଥାନ୍ତି। ସବୁ ସମୟରେ ଖୁସି ରହିଥାନ୍ତି। ଅନ୍ୟ ମାନଙ୍କୁ ଦେଇଥିବା କଥାକୁ ଠିକ ଭାବରେ ପାଳନ କରିଥାନ୍ତି। ନିଜ କଥା ଦ୍ୱାରା ଅନ୍ୟ ମାନଙ୍କ ମନ ଜିତି ପାରନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories