www.samajalive.in
Saturday, December 13, 2025
26.1 C
Bhubaneswar

ପୁଇଁତଳା ସାନ ସାହିରେ ଗଜଲକ୍ଷ୍ମୀ ପୂଜା

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ପୁଇଁତଳା ଗ୍ରାମର ସାନ ସାହିରେ ପ୍ରଥମ ଥର ପାଇଁ ମା’ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହକାରେ ପାଳନ ହୋଇଛି ।  ଫଳରେ ଏଥିପାଇଁ ସମଗ୍ର ଗ୍ରାମ ଏକ ପ୍ରକାର ଉତ୍ସବ ମୁଖରିତ ହୋଇଛି ।  ଏହି ଉପଲକ୍ଷେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କଳସ ଯାତ୍ରାରେ ମହିଳା ମାନେ ସାମିଲ ହେବା ସହ ଚାରି ସାହି ପରିକ୍ରମା କରିଥିଲେ ।  ପରେ ପୁରହିତଙ୍କ ଦ୍ଵାରା ପାରମ୍ପରିକ ନୀତି ନିୟମ ଅନୁସାରେ ପୂଜା, ହୋମ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାରେ କର୍ତା ରୂପେ ହରିହର ବିଶ୍ୱାଳ, ପୂର୍ବତନ କାଉନସିଲର ସୁଷମା ବିଶ୍ୱାଳ ବସିଥିଲେ ।  ସୁନ୍ଦର ସାଜସଜା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ସଜା ଲୋକଙ୍କୁ ମୁଖ୍ୟ ଆକର୍ଷଣ ହୋଇଥିଲା ।  ଏହି ପୂଜାକୁ ସାହିର ସୁନୀଲ ପଲାଇ, ପ୍ରତାପ ବିଶ୍ୱାଳ, ଜଗା ତରାଇ, ସୁରେନ୍ଦ୍ର ବିଶ୍ୱାଳ, ମଣ୍ଟୁ ଦଳେଇ, ଶ୍ରୀକାନ୍ତ ଦଳେଇ, ପଙ୍କଜ ତରାଇ, ସୁରେନ୍ଦ୍ର ତରାଇ, ସୁଦର୍ଶନ ପଳେଇ, ଖତିଆ ଦଳେଇ, ସଞ୍ଜୟ ପ୍ରଧାନ, ଦେବରାଜ ତରାଇ ପ୍ରମୁଖ ପରିଚାଳନା କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories