www.samajalive.in
Sunday, December 7, 2025
26.1 C
Bhubaneswar

ପୁଅଙ୍କ ବିବାହ ବୟସ ୧୮; ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିବା ସହିତ ଏ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି । ଏହା ସହିତ ମାମଲା ଦାୟର କରିଥିବା ଆଇନଜୀବୀଙ୍କ ଉପରେ ୨୫୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି। ଆଇନଜୀବୀ ଅଶୋକ ପାଣ୍ଡେ ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ତେବେ ଆମ ଦେଶରେ ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷ ଓ ଝିଅଙ୍କ ପାଇଁ ୧୮ ବର୍ଷ ବୟସକୁ ଆଇନଗତ ମାନ୍ୟତା ମିଳିଛି।
ଏହା ପୂର୍ବରୁ ଆଇନ ମନ୍ତ୍ରଣାଳୟ ମଧ୍ୟ ପ୍ରସ୍ତାବ ଦେଇଥିଲା କି ସମସ୍ତ ଧର୍ମର ପୁରୁଷ ଏବଂ ମହିଳାଙ୍କ ବିବାହ ବୟସ ୧୮ ବର୍ଷ କରି ଦେବା ଉଚିତ। ଆଇନ ପରାମର୍ଶଦାତାଙ୍କ ପ୍ୟାନେଲ ଅଦାଲତକୁ ଦେଇଥିବା ଦସ୍ତାବେଜରେ କହିଥିଲେ କି,‘ଯଦି ଏହି ବୟସରେ ଜଣେ ନାଗରିକ ନିଜ ସରକାର ବାଛିବା ପାଇଁ ମତଦାନର ଅଧିକାର ପାଇଛନ୍ତି, ତେଣୁ ତାଙ୍କୁ ନିଜ ଜୀବନସାଥୀ ବାଛିବା ପାଇଁ ଯୋଗ୍ୟ ବିବେଚନା କରାଯାଉ’।
ଆଇନ ପରାମର୍ଶଦାତାଙ୍କ ପ୍ୟାନେଲ ନିଜର ଯୁକ୍ତି ଦର୍ଶାଇ କହିଥିଲେ କି ପର୍ସନାଲ ଲ’ରେ ସଂଶୋଧନ ଆଣି ବାଲ୍ୟ ବିବାହକୁ ରୋକାଯାଇ ପାରିବ ଏବଂ ଅସମାନତାକୁ ଦୂର କରାଯାଇ ପାରିବ। ବିବାହ ପାଇଁ ପୁଅର ବୟସ ୨୧ ଓ ଝିଅଙ୍କ ବୟସ ୧୮ ବର୍ଷ ରହିବା ଦ୍ୱାରା କଠୋରପନ୍ଥୀ ବା ରୁଢ଼ୀବାଦୀ ସମାଜକୁ ପ୍ରୋତ୍ସାହନ ଦିଆଯାଉଛି କି ସ୍ତ୍ରୀ, ସ୍ୱାମୀଠାରୁ ବୟସରେ ସାନ ହେବା ଆବଶ୍ୟକ। ପ୍ୟାନେଲ ଯୁକ୍ତି ଦର୍ଶାଇଥିଲେ ଯେ, ହିନ୍ଦୁ ଆଇନ ଅନୁସାରେ ୧୬ ବର୍ଷର ଝିଅ ଏବଂ ୧୮ ବର୍ଷର ପୁଅ ବିବାହ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ତେବେ ମୁସଲିମ୍‍ ଆଇନ ଅନୁସାରେ ଏହାକୁ ନାବାଳିକ ବା ବାଲ୍ୟ ବିବାହ ବୋଲି ବିବେଚନା କରାଯାଏ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories