ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୋହନା ଖଣ୍ଡ କାର୍ଯ୍ୟବାହ ବଙ୍ଗାଳୀ ଜାନୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆରଏସଏସ ସହପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍ ଯୋଗଦେଇ ବିଜୟା ଦଶମୀ ଉତ୍ସବର ମହତ୍ତ୍ୱ ଉପରେ କହିଥିଲେ। ଏହା ଅଧର୍ମ ଉପରେ ଧର୍ମର ବିଜୟ। ଏହି ଦିନ ଦୁର୍ଗତି ନାଶୀନି ମା’ ଦୁର୍ଗା ମହିଷାସୁରକୁ ବଧ କରି ଦେବତା ମାନଙ୍କୁ ଉଦ୍ଧାର କରିଥିଲେ।

prayash

୧୯୨୫ ମସିହା ପବିତ୍ର ବିଜୟା ଦଶମୀ ଦିନ ଡ.କେଶବ ବଳିରାମ ହେଡଗେୱାର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପ୍ରତିଷ୍ଠା କରିଥିଲେ। ସେଥିପାଇଁ ଆରଏସଏସ ପକ୍ଷରୁ ପ୍ରତିବର୍ଷ ବିଜୟା ଦଶମୀ ଉତ୍ସବ ପାଳନ କରାଯାଉଛି ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦ ଗଜପତି ଜିଲ୍ଲା ପ୍ରଭାରୀ ତରଣିସେନ ଦାସ ଓ ଅଡବା ଗ୍ରାମ ମୂଖ୍ୟ ପ୍ରତାପ ସିଂ ପାତ୍ର ଯୋଗଦେଇଥିଲେ। ସ୍ଵୟଂସେବକ ମାନେ ପ୍ରଥମେ ଘୋଷବାଦ୍ୟ ସହ ଗ୍ରାମ ପରିକ୍ରମା କରିଥିଲେ। ଏହା ପରେ ଶିଶୁ ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱୟଂସେବକ ମାନଙ୍କ ଦ୍ବାରା ଯୋଗାସନ, ଦଣ୍ଡ, ନିଉଧ, ଘୋଷ ଓ ସମତା ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅଡବା ଗ୍ରାମର ଯୁବଗୋଷ୍ଠୀ, ବଜରଙ୍ଗ ଦଳ କର୍ମୀ ପରିଚାଳନା କରିଥିବା ବେଳେ ଏଥିରେ ଆରଏସଏସର ଜୁରିଆ ଜାନୀ, ଅମୂଲ୍ୟ ପାତ୍ର, ପ୍ରଶାନ୍ତ ସୁବୁଦ୍ଧି, ବାବୁଲା ସେଠୀ ଓ ଶିବରାମ ସୁଆର ପ୍ରମୁଖ ଯୋଗ ଦେଇଥିଲେ।

kalyan agarbati

Comments are closed.