www.samajalive.in
Monday, December 15, 2025
16.1 C
Bhubaneswar

ମୋଧେରା ଦେଶର ପ୍ରଥମ ‘ସୌର’ ଗ୍ରାମ ; ଘୋଷଣା କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ରବିବାର)ଠାରୁ ୩ ଦିନ ପାଇଁ ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ସେ ସାଢେ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହି ତିନି ଦିନିଆ ଗସ୍ତ କାଳରେ ସେ ମେହଶଣା, ଭରୁଚ, ଆନନ୍ଦ, ଜାମନଗର, ରାଜକୋଟ ଓ ଅହମ୍ମଦାବାଦ ଗସ୍ତ କରିବେ। ଗସ୍ତର ପ୍ରଥମ ଦିନରେ ଶ୍ରୀ ମୋଦୀ ଉତ୍ତର ଗୁଜରାଟର ମେହଶଣାଠାରେ ୨ହଜାର ୮୯୦ କୋଟି ଟଙ୍କା ମୂଲ୍ୟର ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୫୧୧ କୋଟି ଟଙ୍କାରେ ନିର୍ମିତ ସାବରମତୀ ଜଗୁଦାଁ, ଗେଜ୍‍ କନ୍‍ଭର୍ସନ ଏବଂ ସିଏନ୍‍ଜି ସ୍ଥଳଭାଗ ସୁବିଧା କେନ୍ଦ୍ରର ଉଦ୍‍ଘାଟନ୍‍ ଅନ୍ତର୍ଭୁକ୍ତ ରହିଛି ।
ସେହିପରି ସୂର୍ଯ୍ୟମନ୍ଦିରର ଗାଁ ଭାବେ ଜଣାଶୁଣା ମୋଧେରା ଗାଁ ଦେଶର ପ୍ରଥମ ସୌରଶକ୍ତି ସଂପନ୍ନ ଗାଁ ଭାବେ ଘୋଷଣା ହେବ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଧେରା ଗାଁକୁ ଦେଶର ପ୍ରଥମ ସୌରଶକ୍ତି ସଂପନ୍ନ ଗାଁ ଭାବେ ଘୋଷଣା କରିବେ। ଭାରତ ସରକାର ଓ ଗୁଜରାଟ ସରକାରଙ୍କ ମିଳିତ ଉଦ୍ୟମରେ ୮୦ କୋଟି ଟଙ୍କା ବିନିମୟରେ ସେହି ଗାଁରେ ସୌରପ୍ରକଳ୍ପ ସ୍ଥାପନ କରାଯାଇଛି । ଏହି ଯୋଜନା ଅଧୀନରେ ୧୩ଶହ ପରିବାରର ଛାତ ଉପରେ ସୌର ପ୍ୟାନେଲ୍‍ ସ୍ଥାପନ କରାଯାଇଛି । ଶତକଡ଼ା ୬୦ରୁ ୧୦୦ ଭାଗ ବିଦ୍ୟୁତ୍‍ ଖର୍ଚ୍ଚ ହ୍ରାସ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ମହେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ ଏବଂ ବିଶ୍ୱପ୍ରସିଦ୍ଧ ମୋଧେରା ସୂର୍ଯ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରି ସୌରପ୍ରକଳ୍ପର ଶୁଭାରମ୍ଭ କରିବେ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories