www.samajalive.in
Monday, December 15, 2025
14.1 C
Bhubaneswar

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଦେବଗଡ଼ : ବୁଧବାର ରାତ୍ରୀ ପ୍ରାୟ ୮ଟା ସମୟରେ ରିଆମାଳ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଂଟାବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁ୍‌ାୟୀ ଆଜି ରାତ୍ରୀ ପ୍ରାୟ ୮ ଟା ସମୟରେ ଲକ୍ଷ୍ମୀପୁର ଗ୍ରାମର ମଙ୍ଗୁଳୁ ଶବରଙ୍କ ପୁଅ ଶରତ ଶବର (୪୫)ନାମକ ଜଣେ ଯୁବକ ନିକଟସ୍ଥ କଂଟାବାହାଳ ଗ୍ରାମରୁ ଏକ ସାଇକେଲ ଯୋଗେ ନିଜ ଗ୍ରାମ ଲକ୍ଷ୍ମୀପୁରକୁ ଫେରୁଥିଲେ ।

ତେବେ ସେ କଂଟାବାହଳ ଖେଳ ପଡିଆ ପାରିହୋଇ ବାହାଡା ଛକ ନିକଟସ୍ଥ ମୂଖ୍ୟ ରାସ୍ତାରେ ପହଂଚିବା ସମୟରେ ଏକ ଜଂଗଲୀ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବାସହ ପାଦରେ ଦଳି ଚାଲିଯାଥିଲା । ଫଳରେ ଶରତ ଗୁରୁତର ଆହତ ଅବସ୍ଥାରେ ସେଠାରେ ପଡିରହିଥିଲେ । ଉକ୍ତ ରାସ୍ତା ଦେଇ ଯାଉଥିବା କେତେକ ପଥଚାରୀ ତାଙ୍କୁ ଏଭଳି ଅବସ୍ତାରେ ଦେଖି ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ତାଙ୍କୁ ନିକଟସ୍ଥ ଛତାବର ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ ।

- Advertisement -

ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ସୂଚନା ପାଇ ପଳସମା ଫରେଷ୍ଟର ସୁବାସ ଚନ୍ଦ୍ର ଦେହୁରୀ ଡାକ୍ତରଖାନାରେ ପହଂଚି ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ସହ ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ଜନବସତି ନିକଟରୁ ଉକ୍ତ ଦନ୍ତା ହାତୀଟିକୁ ଜଙ୍ଗଲକୁ ଘଉଡାଇବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories