www.samajalive.in
Thursday, December 11, 2025
23.1 C
Bhubaneswar

ଅସୁରଗଡ ରାମ ମନ୍ଦିର ସିଂହାସନ ନିର୍ମାଣର ଶୁଭାରମ୍ଭ

ନର୍ଲା: ଐତିହାସିକ ଅସୁରଗଡ ଗ୍ରାମରେ ଦ୍ରୁତ ଗତିରେ ଚାଲିଛି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ଗ୍ରାମରେ ଅନେକ ବର୍ଷ ହେଲା ପୂଜା ପାଇ ଆସୁଛନ୍ତି ଭଗବାନ ଶ୍ରୀରାମ । ଏଠାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ରାମ ନବମୀ ମହୋତ୍ସବ । ତେବେ ଅଞ୍ଚଳବାସୀଙ୍କ ମହଯୋଗରେ ବର୍ତ୍ତମାନ ଏଠାରେ ଉଭା ହୋଇଛି ବିଶାଳ ମନ୍ଦିର, ଯାହା ବର୍ତ୍ତମାନ ନିର୍ମାଣଧିନ । ବୁଧବାରେ ପବିତ୍ର ବିଜୟା ଦଶମୀର ଶୁଭ ଅବସରରେ ଏହି ମନ୍ଦିରର ସିଂହାସନ ନିର୍ମାଣର ଶୁଭ ଦିଆଯାଇଛି ।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ ଡଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁମିତ କୁମାର ଅଗ୍ରୱାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ସମେତ ପୁଜିପଦର ଗ୍ରାମର ହୃଦାନନ୍ଦ ନାଏକ, ମାଣ୍ଡେଲର ସାରଥି ନାଏକ, ନର୍ଲାର ମନ୍ମୟ ଚାନ୍ଦ, ରୁପ୍ରାରୋଡର ରାଜେଶ ଦତ୍ତା, ପଦ୍ମନାଭ ସାହୁ ଓ ଧିରେନ୍ଦ୍ର ଖେତାନ, ତୁଲାଗାଁର ମଧୁସୂଦନ ରାଉତ, ସର୍ଗିଗୁଡାର କୁମୁଦ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ ନାଏକ, ଭୀମକେଲାର ନିତ୍ୟାନନ୍ଦ ସାହୁ, ଦହଲର ପଦ୍ମ ଚରଣ ନାଏକ,  ଅସୁରଗଡର ଖୁସିରାମ ସାହୁ, ଜଗନ୍ନାଥ ଗଉଡ, ବିରଞ୍ଚି ରଣା, ରାଧାକାନ୍ତ ରଣା, ରେବା ପଧାନ, କୁନୁ ସାହୁ, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

ମନ୍ଦିର ନିର୍ମାଣ କରୁଥିବା ମହାରଣା ଶ୍ରୀ ଗୈାରଚନ୍ଦ୍ର ମହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଆଗାମୀ ନଭେମ୍ବର ମାସ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କରିବାକୁ ଉପସ୍ଥିତ ସମସ୍ତ ବିଜ୍ଞ ବ୍ୟକ୍ତି ସହମତି ହୋଇଛନ୍ତି । ଏହାସହ ୨୦୨୩ ରାମ ନବମୀ ପୂର୍ବରୁ ମନ୍ଦିରର ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories