ମେଘନାଙ୍କ ୬୯ ; ଭାରତର କ୍ରମାଗତ ୨ୟ ବିଜୟ
ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦
ସିଲହଟ୍ : ମହିଳା ଏସି୍ଆ କପ୍ ଟ୍ବେଣ୍ଟି-୨୦ରେ ଭାରତୀୟ ମହିଳା ଦଳ କ୍ରମାଗତ ୨ୟ ବିଜୟ ହାସଲ କରିଛି। ସୋମବାର ଭାରତୀୟ ମହିଳା ଦଳ ଡକ୍ୱଥ୍-ଲୁଇସ୍ ନିୟମରେ ୩୦ ରନରେ ମାଲେସିଆ ମହିଳା ଦଳକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୨ ପଏଣ୍ଟ ପାଇଛି।
ଭାରତୀୟ ମହିଳା ଦଳ ପ୍ରଥେମ ବ୍ୟାଟିଂକରି ଏସ୍. ମେଘନାଙ୍କ ୬୯ ରନ ବଳରେ ୧୮୧ ରନ କରିଥଲା। ଜବାବରେ ମାଲେସିଆ ମହିଳା ଦଳ ୫.୨ ଓଭର ଖେଳି ୨ ୱିକେଟରେ ୧୬ ରନ କରିଥିବା ବେଳେ ବର୍ଷା ଯୋଗୁଁ ଆଉ ଖେଳ ହୋଇନଥିଲା। ଡକ୍ୱଥ୍-ଲୁଇସ୍ ନିୟମରେ ୫.୨ ଓଭରରେ ମାଲେସିଆର ବିଜୟଲକ୍ଷ୍ୟ ୪୭ ରନ୍ ଥିବାରୁ ଭାରତ ୩୦ ରନରେ ବିଜୟୀ ହୋଇଥିଲା। ମାଲେସିଆ ମହିଳା ଦଳ ଫିଲ୍ଡିଂ ନେବା ପରେ ପାଇଥିବା ଭାରତୀୟ ମହିଳା ଦଳର ଦୁଇ ଓପନର ଶେଫାଳି ବର୍ମା ଓ ଓ ଏସ୍. ମେଘନା ପ୍ରଥମ ୱିକେଟ ଯୋଡ଼ିରେ ୧୩.୫ ଓଭରରୁ ୧୧୬ ରନ ସଂଗ୍ରହ କରିଥିଲେ। ମେଘନା ୫୩ଟି ବଲରୁ ୧୧ଟି ଚୌକା ଓ ଗୋଟିଏ ଛକା ସହ ୬୯ ରନ୍ କରିଥିଲେ। ୨ୟ ୱିକେଟରେ ଶେଫାଳି ଓ ରିଚା ଘୋଷ ୪୬ ରନ୍ ଯୋଡ଼ିଥିଲେ। ଶେଫାଳି ୩୯ଟି ବଲରୁ ୧ ଚୌକା ଓ ୩ଟି ଛକା ସହ ୪୬ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ରିଚାଙ୍କ ୧୯ଟି ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୩୩ରନ ବଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୧୮୧ ରନ୍ କରି ପାରିଥିଲା। ମାଲେସିଆ ପକ୍ଷରୁ ୱିଲିଫିଲ୍ଡ ଡୁରାଇ ସିଙ୍ଗାମ ଓ ନୂର ଡାନିଆ ସୁହାଦା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଭାରତ ୨ଟି ମ୍ୟାଚରୁ ୨ଟି ବିଜୟ ସହ ଟେବୁଲର ୨ୟ ସ୍ଥାନରେ ରହିଥିବାବେଳେ ୩ୟ ମ୍ୟାଚ ମଙ୍ଗଳବାର ୟୁଏଇ ସହିତ ଖେଳିବ।
Comments are closed.