www.samajalive.in
Monday, December 15, 2025
27.1 C
Bhubaneswar

ଇତିହାସ ଆମକୁ ଗୋଟିଏ ମହାତ୍ମା ଦେଇଛି, ଯାଜପୁରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଯାଜପୁର: ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଚ୍ଥି। ଆଜି ଜିଲ୍ଲାପାଳ ଚକ୍ରୱର୍ ସିଂହ ରାଠୋର, ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଓ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ସହିତ ଗାନ୍ଧୀ ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲା ସ୍କୁଲ ଠାରେ ଗାନ୍ଧୀ, ଶାସ୍ତ୍ରୀ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମଧ୍ୟ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ବରପୁତ୍ର ମାନଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ସହରର ପ୍ରମୁଖ ଜନସଧାରଣ, ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସଂସ୍କୃତି ଭବନରେ ପହଞ୍ଚିଥିଲା। ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

- Advertisement -

ଉଦଘାଟକ ଭାବେ ଯାଜପୁର ପୈାର ପରିଷଦର ଅଧ୍ୟକ୍ଷା ରଂଜୁଲତା ହୋତା ଅନ୍ୟ ଅତିଥିଙ୍କ ଗହଣରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ପଂଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଗୋପିନାଥ କୁଅଁର ଆଜିର ଦିବସର ପ୍ରାସଙ୍ଗିକତା ଉପରେ ଅଲୋକପାତ କରିବା ସହ ଆଜିର ଯୁବ ପିଢୀ ଗାନ୍ଧୀ ଦର୍ଶନ ଓ ଚିନ୍ତାଧାରାକୁ ପାଥେୟ କରି ପାରିଲେ ମହାତ୍ମାଙ୍କ ଜୀବନ ସାର୍ଥକ ହେବା ସଙ୍ଗେ ଦେଶ ଏକ ସାମ୍ୟବାଦ ପଥରେ ଆଗେଇବ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଡଃ ସୂର୍ଯ୍ୟମଣି ଖୁଣ୍ଟିଆ ଗାନ୍ଧି ଦର୍ଶନ ଏବଂ ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଉପରେ ଆଲୋକପାତ କରି କହିଲେ ଯେ ବିଶ୍ୱରେ କୋଟି କୋଟି ମହାତ୍ମା ଦରକାର ଥିବା ବେଳେ ଇତିହାସ ଆମକୁ ଗୋଟିଏ ମହାତ୍ମା ଦେଇଛି। ଏଣୁ ମହାତ୍ମା ଶବ୍ଦର ସଠିକ ମୂଲ୍ୟାୟନକୁ ବୁଝି ଦେଶର ନାଗରିକ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର। ଫଳରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆମେ ଅଗ୍ରସର ହୋଇ ପାରିବା ସଙ୍ଗେ ଆହୁରି ମହାତ୍ମା ସୃଷ୍ଟି ଦିଗରେ ଅଗ୍ରସର ହେବା ବୋଲି ମତବ୍ୟକ୍ତ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories