ପୁଲୱାମା: କାଶ୍ମୀର ଡିଭିଜନ୍ର ପୁଲୱାମା ଜିଲାରେ ପୁଲିସ ଓ ସିଆରପିଏଫର ମିଳିତ ନାକା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ପୁଲିସ ଶହୀଦ ହୋଇଥିବାବେଳେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏବଂ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଛନ୍ତି।
ସୂଚନାନୁସାରେ, ପୁଲୱାମା ଜିଲାର ପିଙ୍ଗଲାନାରେ ଆତଙ୍କବାଦୀମାନେ ପୁଲିସ ଏବଂ ସିଆରପିଏଫର ମିଳିତ ନାକା ପାର୍ଟି ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ପୁଲିସ କର୍ମଚାରୀ ଜଣଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଅପରପକ୍ଷେ, ଡାକ୍ତରଖାନାରେ ସିଆରପିଏଫ ଯବାନଙ୍କ ଚିକିତ୍ସା ଚାଲିଛି।



