ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ ତାରିଖରୁ ହେଉଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ମିର୍ଜାପୁର ଗ୍ରାମ ପଂଚାୟତ ଠାରୁ ଆରମ୍ଭ ହୋଇ ପାଟପୁର ଗ୍ରାମ ପାୟତ ଓ ବଡକାଏମା ଗ୍ରାମ ପଂଚାୟତର ଡେରାବର ଠାରେ ଶେଷ ହୋଇଥିଲା। ଏହି ପଦଯାତ୍ରାରେ ବିଧାୟକଙ୍କ ସାଙ୍ଗରେ ହଜାର ହଜାର ଲୋକ ସାମିଲ ହୋଇ ଚାଲି ଚାଲି ଯାଇଥିଲେ। ଗାଁରେ ଚାଲିବା ସମୟରେ ଲୋକ ମାନଙ୍କର ସୁବିଧା ଅସୁବିଧା ବିଧାୟକ ପଚାରି ବୁଝିଥିଲେ।
Popular Categories



