www.samajalive.in
Saturday, December 13, 2025
26.1 C
Bhubaneswar

କଳସ ଶୋଭାଯାତ୍ରାରେ ଚଳଚଞ୍ଚଳ ଅତାବିରା

ରେଙ୍ଗାଲିକ୍ୟାମ୍ପ: ପ୍ରତି ବର୍ଷ ଭଳି ଚଳିତ ବର୍ଷ ନବ ଦିନାତ୍ମକ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଆଜି ଅଞ୍ଚଳରେ ଥିବା ଦେବୀ ପୀଠ ମାନଙ୍କରେ ତଥା ଦୁର୍ଗା ମନ୍ଦିର ପୀଠରେ ସପ୍ତମୀ ବିହିତ ପୂଜା ସହ ମୃଣ୍ମୟୀ ଦେବୀ ପୀଠ ପାଇଁ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଶ୍ରୀରାମ ବାବା ମଠ ସ୍ଥିତ ପୋଖରୀ ତୁଠରେ ପୂଜାର୍ଚ୍ଚନା ପୂର୍ବକ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସହ ଦୁଲ୍ ଦୁଲି, ଘଣ୍ଟ ବାଦ୍ୟ, ସଞ୍ଚାର, ଆଦିବାସୀ ନୃତ୍ୟ ସହ ମାଙ୍ଗଳିକ ବାଦ୍ୟ ସହ ହରିବୋଲ, ହୁଳହୁଳି ବାଦ୍ୟର ତାଳେ ତାଳେ ନବ ଦେବୀ କନ୍ୟା ତଥା ରାମ,ଲକ୍ଷ୍ମଣ,ସୀତା,ହନୁମାନ ବେଶରେ ସୁସଜ୍ଜିତ ହୋଇ ନଗର ପରିକ୍ରମା ସହ ଦୁର୍ଗା ମନ୍ଦିର ସମ୍ମୁଖ ମୃଣ୍ମୟୀ ଦେବୀଙ୍କ ଯଜ୍ଞପୀଠକୁ ପହଞ୍ଚି ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ବିକାଶ ପ୍ରଧାନ, ଧର୍ମପତ୍ନୀ ଅନୁସୟା ପ୍ରଧାନ କର୍ତ୍ତା ଦାୟୀତ୍ବ ତୁଲାଉଥିବା ବେଳେ ମୁଖ୍ୟ ପଣ୍ଡିତ ପଦ୍ମପାଣି ମହାପାତ୍ର, ଡ.ବିଶ୍ୱଜିତ୍ ମହାପାତ୍ର, ଡ.ସତ୍ୟବ୍ରତ କର ଓ ତାଙ୍କ ସାଥି ବରଣ ହୋଇଥିଲେ।

ସେହିପରି ସାପ୍ତାହିକ ହାଟ ମୃଣ୍ମୟୀ ଦେବୀଙ୍କ ପୀଠ ପାଇଁ ଲାଦେର ପାଲି ଗାଁ ପୋଖରୀ ତୁଠରେ ପୂଜାର୍ଚ୍ଚନା ସହ ଶତାଧିକ ଶ୍ରଦ୍ଧାଳୁ ଭକ୍ତ କଳସ ମୁଣ୍ଡାଇ ବିଭିନ୍ନ ବାଦ୍ୟର ତାଳରେ ଯଜ୍ଞ ମଣ୍ଡପକୁ ପହଞ୍ଚି ପୂଜାକାର୍ଯ୍ୟ ହୋଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories