www.samajalive.in
Monday, December 15, 2025
26.1 C
Bhubaneswar

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ

ଡେସ୍କ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଦେଶ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ଦିଲ୍ଲୀସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି, ଏହି ଦିନ ସମସ୍ତଙ୍କ ପାଇଁ ଗାନ୍ଧୀଜୀଙ୍କ ପ୍ରେରଣା, ଜୀବନର ମୂଲ୍ୟବୋଧ ଶାନ୍ତି, ସମାନତା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ନୂତନ ସଂକଳ୍ପ ନେବାର ଦିନ। ସେ କହିଛନ୍ତି, ଚଳିତ ବର୍ଷ ଦେଶ ନିଜ ସ୍ୱାଧୀନତାର ୭୫ବର୍ଷ ପାଳନ କରୁଥିବାରୁ ଗାନ୍ଧୀ ଜୟନ୍ତୀ ବେଶ୍‍ ସ୍ୱତନ୍ତ୍ର। ୧୦୦ ବର୍ଷ ପୂର୍ବେ ଗାନ୍ଧୀଜୀ ସ୍ୱଦେଶୀ ଏବଂ ଆତ୍ମନିର୍ଭରତା ଉପରେ ଗୁରୁତ୍ୱ ଦେଇ ଲକ୍ଷଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିଲେ। ତେଣୁ ଆଜି ଆତ୍ମନିର୍ଭର ଭାରତ ପାଇଁ ଯେଉଁ ପ୍ରୟାସ କରାଯାଉଛି ତାହା ମହାତ୍ମା ଗାନ୍ଧୀଙ୍କ ପ୍ରେରଣା ଏବଂ ଏହା ତାଙ୍କ ପ୍ରତି ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳି।

- Advertisement -

ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି ମହାତ୍ମା ଗାନ୍ଧୀ ହେଉଛନ୍ତି ଆଧୁନିକ ଭାରତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ଆଜିର ଏହି କଠିନ ସମୟରେ ସମଗ୍ର ମାନବ ଜାତି ପାଇଁ ସେ ନୈତିକତାର ପ୍ରତୀକ ଏବଂ ଆଶାର କିରଣ ହୋଇ ରହିଛନ୍ତି। ସେ କହିଛନ୍ତି ଆଜି ବିଶ୍ୱ ଦାରିଦ୍ର୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଯୁଦ୍ଧ ଭଳି ବିପଦ ସହ ମୁକାବିଲା କରୁଛି। ଯାହାକୁ ଗାନ୍ଧୀଜୀଙ୍କ ସିନ୍ଧାନ୍ତରେ ଚାଲି ସଫଳତା ପୂର୍ବକ ସମାଧାନ କରାଯାଇ ପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଗାନ୍ଧୀ ଜୟନ୍ତୀର ମହତ୍ୱ ସାମ୍ପ୍ରତିକ ସମୟରେ ଆହୁରି ବୃଦ୍ଧି ପାଇଛି କାରଣ ଭାରତ ଏବେ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଆମ ସମସ୍ତଙ୍କୁ ବାପୁଜୀଙ୍କ ଆଦର୍ଶର ଅନୁରୂପ ରହିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ଦେଶର ଜନସାଧାରଣଙ୍କୁ ଖଦି ବସ୍ତ୍ର ଓ ଖଦି ଉତ୍ପାଦ କ୍ରୟ କରିବା ପାଇଁ ଅନୁରୋଧ କରିଛନ୍ତି। ଯାହା ଗାନ୍ଧୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ମଧ୍ୟ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଶାସ୍ତ୍ରଜୀଙ୍କ ନେତୃତ୍ୱରେ ଭାରତ ୧୯୬୫ରେ ପାକିସ୍ତାନ ବିରୁଦ୍ଧରେ ବିଜୟୀ ହୋଇଥିଲା। ସେ ସୈନିକ ଏବଂ କୃଷକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ‘ଜୟ ଜବାନ ଜୟ କିଶାନ’ ଭଳି ଓଜସ୍ୱୀ ସ୍ଲୋଗାନ ଦେଇଥିଲେ। ଶାସ୍ତ୍ରୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତୀୟ ଇତିହାସରେ ସଙ୍କଟ ସମୟରେ ଶାସ୍ତ୍ରୀଜୀଙ୍କ ନେତୃତ୍ୱ ସଦାସର୍ବଦା ସ୍ମରଣୀୟ ହୋଇ ରହିବ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories