www.samajalive.in
Monday, December 15, 2025
17.1 C
Bhubaneswar

୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ, ଇଓଡବ୍ଲ୍ୟୁ କବ୍‌ଜାରେ ମନୋଜ ପଣ୍ଡା

ଭୁବନେଶ୍ବର: ଅର୍ଥନୈତିକ ଅପରାଧା ଶାଖା (ଇଓଡବ୍ଲ୍ୟୁ) କବ୍‌ଜାରେ ଫେରାର ଅଭିଯୁକ୍ତ ମନୋଜ ପଣ୍ଡା। ଆନ୍ଧ୍ର ପ୍ରଦେଶର କାକିନଡ଼ା ପୁଲିସ ଷ୍ଟେସନ ଅନ୍ତର୍ଗତ ଆନ୍ନାଭରମରୁ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରା.ଲିଃ ନିର୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ମାମଲାରେ ଇଓଡବ୍ଲ୍ୟୁ ଦ୍ବାରା ଗିରଫ କରାଯାଇଛି। ମନୋଜଙ୍କୁ ଧରିବା ପାଇଁ ଲୁକ ଆଉଟ ସର୍କୁଲାର ଜାରି ହୋଇଥିଲା। ଗୁଇନ୍ଦା ରିପୋର୍ଟ ଆଧାରରେ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା।

୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗରେ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଅରବିନ୍ଦ ସାଆନ୍ତ୍ରାଙ୍କୁ ଇଓଡବ୍ଲ୍ୟୁ ପୂର୍ବରୁ ଗିରଫ କରିସାରିଛି। ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଫେରାର ମନୋଜ ପଣ୍ଡାଙ୍କ ନାମରେ ଲୁକ୍‌ ଆଉଟ୍ ସର୍କୁଲାର ଜାରି ହୋଇଥିଲା। ଗୁଇନ୍ଦା ରିପୋର୍ଟ ଆଧାରରେ ଇଓଡବ୍ଲ୍ୟୁ ଅଧିକାରୀମାନେ କାକିନଡ଼ା ଜିଲାର ଆନ୍ନାବରମର ଏକ ହୋଟେଲରୁ ମନୋଜଙ୍କୁ ଗିରଫ କରିଥିଲେ। ମନୋଜ କୌଣସି ଗୋଟିଏ ସ୍ଥାନରେ ଲୁଚି ରହୁ ନଥିଲେ। ସେ ପ୍ରତି ଗୋଟିଏ ବା ଦୁଇ ଦିନରେ ସ୍ଥାନ ପରିବର୍ତ୍ତନ କରୁଥିଲେ। ଶନିବାର ଆନ୍ଧ୍ର ପ୍ରଦେଶର କାକିନଡ଼ା ଜିଲା ଆନ୍ନାବରମ ଥାନା ଅଞ୍ଚଳରୁ ସେଠାକାର ପୁଲିସ୍ ସହାୟତାରେ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଥିଲା। ମନୋଜଙ୍କୁ ଗିରଫ ପରେ ସେଠାରେ କୋର୍ଟରେ ହାଜର କରାଇ ଇଓଡବ୍ଲ୍ୟୁ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories