www.samajalive.in
Tuesday, December 9, 2025
15.1 C
Bhubaneswar

ବିଭିନ୍ନ ପୀଠରେ ନବରାତ୍ରୀ ପାଳିତ 

କାମାକ୍ଷାନଗର: କାମାକ୍ଷାନଗର ଅଂଚଳର ରାମେଶ୍ୱର, କପିଳେଶ୍ଵର, ସ୍ଵପ୍ନେଶ୍ଵର ଆଦି ଶୈବ ପୀଠରେ ଥିବା ଦେବୀ ପୀଠରେ ନବରାତ୍ରୀ ପାଳିତ ହେଉଛି l ଏହି ଉପଲକ୍ଷେ ପ୍ରାତଃ ସମୟରେ ମା’ଙ୍କର ମହାସ୍ନାନ ପରେ ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲରେ ସୁସଜ୍ଜିତ ହୋଇଥିଲା ମା’ । ସକାଳୁ ବଲ୍ଲଭ ଭୋଗ ଲାଗି ହୋଇଥିଲା । ପରେ ପଣାଭୋଗ ଲାଗି କରାଯାଇଥିଲା । ତା ପରେ ସୂର୍ଯ୍ୟ ପୂଜା, ମଣ୍ଡଳ ଆଦି ଦେବତା ମାନଙ୍କ ଅବାହନ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା , ରୁଦ୍ରାଭିଷେକ, ଚଣ୍ଡୀପାଠ, ଘୁତଯଜ୍ଞା ଅନ୍ନ ଧୂପ ହୋଇଥିଲା । ଶନିବାର ମଧ୍ୟାହ୍ନ ସମୟରେ ମାଆଙ୍କର ଅନ୍ନ ଧୂପ ଅନୁଷ୍ଠିତ ହୋଇଥିଲା ।

ଆଜିଠାରୁ ନବ ଦିନ ଯାଏ ବିଭିନ୍ନ ବେଶ ଅନୁଷ୍ଠିତ କରାଯିବ । ନବରାତ୍ର ଅବସରରେ ବିଭିନ୍ନ ଦିବସରେ ମାଆଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେଉଛି l ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ପ୍ରତ୍ୟେକ ସନ୍ଧ୍ୟାରେ ଆଳତୀ ଓ ବଡ଼ ସିଂହାର ଭୋଗ ଲାଗି କରାଯାଉଛି । କାମାକ୍ଷାନଗର ବ୍ଲକର ବାଇଶିଙ୍ଗା ପଞ୍ଚାୟତର ତେନ୍ତୁଳି ସିଂହାସ୍ଥିତ ରାମେଶ୍ୱର ଶୈବପୀଠରେ ଥିବା ମା’ ପାର୍ବତୀ, ବଡସୁଅଁଳୋ ପଂଚାୟତରେ ହଟୁଆରୀ ସନିକଟ ରାମିଆଳ ନଦୀ ଗର୍ଭରେ ଅବସ୍ଥିତ ସର୍ବ ପୂରାତନ ଶୈବପୀଠ କପିଳେଶ୍ୱର ମନ୍ଦିର, ବାଉଁଶପାଳ ପଞ୍ଚାୟତର ଶିବୁଳାପସୀଠାରେ ଥିବା ସ୍ଵପ୍ନେଶ୍ଵର ଶୈବ ପୀଠ ଆଦି ସ୍ଥାନରେ ଯଥାବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି l

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories