www.samajalive.in
Monday, December 8, 2025
27.1 C
Bhubaneswar

ସରକାରୀ ଜାଗାରେ ମିନିପାର୍କ ନିର୍ମାଣକୁ ବିରୋଧ ଘଟଣା; ଏତଲା ଦେଲେ ଏସ୍‌.ଡି.ଏ. ଗ୍ରୁପ ସଭାନେତ୍ରୀ

ଦେବଗଡ଼: ଦେବଗଡ ପୌରାଞ୍ଚଳ ୧ନମ୍ବର ୱାର୍ଡ ଖପରସାହି ନିକଟସ୍ଥ ସରକାରୀ ଜାଗାରେ ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ଏସ୍‌.ଡି.ଏ. ଗ୍ରୁପ ଜରିଆରେ ମିନି ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମିନି ପାର୍କ ନିର୍ମାଣକୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିବା ବେଳେ  ଅନ୍ୟ ଏକ ଗୋଷ୍ଠୀ ସମର୍ଥନ କରୁନଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଏହି ମାମଲା ଥାନା ପର୍ଯ୍ୟନ୍ତ ଯିବାସହ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଏସଡିଏ ଗ୍ରୁପ ପକ୍ଷରୁ ବିରୋଧକାରୀ ମାନଙ୍କ ବିରୋଧରେ ଦେବଗଡ ଆଦର୍ଶ ଥାନାରେ ଏକ ଏତଲା ଦିଆଯାଇଥିବା ଜଣାପଡିଛି ।

ଏସ.ଡି.ଏ. ଗ୍ରୁପ ଦିଆଯାଇଥିବା ଜଣାପଡିଛି । ସମ୍ପୃକ୍ତ ଏସ.ଡି.ଏ. ଗ୍ରୁପର ସଭାନେତ୍ରୀ କବିତା ମହାକୁଡଙ୍କ ଅଭିଯୋଗ ଅନୁଯାୟୀ ସାହିର ଉନ୍ନତି ନିମନ୍ତେ ଏକ ମିନି ପାର୍କ ନିର୍ମାଣ ନିମନ୍ତେ ପୌର ପରିଷଦ ପକ୍ଷରୁ ତାଙ୍କ ଗ୍ରୁପକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ଆଦେଶ ଅନୁଯାୟୀ ଗ୍ରୁପ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତ ୨୮  ତାରିଖ ଦିନ ସାହିର କେତେକ ଅଣ ବାସିନ୍ଦା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ କାମ ବନ୍ଦ କରିଦେଇଥିଲେ ।

- Advertisement -

ତେବେ ମିନି ପାର୍କ ନିର୍ମାଣ କାର୍ଯ୍ୟକୁ ସମର୍ଥନ କରି ନିର୍ମାଣ କାର୍ଯ୍ୟ ଜାରି ରଖିବା ନିମନ୍ତେ ବସ୍ତି ବାସିନ୍ଦା ମାନେ ଜିଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଗୁହାରୀ କରିଥିଲେ । ଫଳରେ ପୁଣିଥରେ ନିର୍ମଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଆଜି ନିର୍ମଣ କାର୍ଯ୍ୟ ଚାଲିଥିବା ବେଳେ ପୁଣି କେତେକ ଅଣ ବାସିନ୍ଦା ନିର୍ମାଣସ୍ଥଳରେ ପହଞ୍ଚି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ସେହିପରି ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏସଡିଏ ସଭାନେତ୍ରୀ ଶ୍ରୀମତି ମହାକୁଡ ତାଙ୍କର ଏତଲା ଜରିଆରେ ଦାବି କରିଛନ୍ତି । ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories