www.samajalive.in
Monday, December 15, 2025
14.1 C
Bhubaneswar

ଗୋ’ ଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ଜିଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତାରେ, ମଥୁରା ପଞ୍ଚାୟତ ଦନ୍ତାପଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନରେ, ଗ୍ରାମ୍ୟ ବିକାଶ ପରିଷଦ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ, ଓଡ଼ିଶା ଗୋ’ସେବା ସମିତି, ଭୂମିଶ୍ରି କୃଷକ ଉତ୍ପାଦକ କମ୍ପାନୀ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ, ବାଣୀଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଇତ୍ୟାଦି ଜିଲ୍ଲାର ସାମାଜିକ ଅନୁଷ୍ଠାନ ମିଳିତ ଉଦ୍ୟମରେ ଲକ୍ଷଲକ୍ଷ ଦେଶୀ ଗୋମାତା ମାନଙ୍କୁ ସୁରକ୍ଷା ସହିତ ଗୋ’ ଆଧାରିତ ଜୀବିକା ଉପରେ ତାଲିମ ଶିବିର ବୌଦ୍ଧ ଏନ.ଏ.ସି ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜଲନ ପୂର୍ବକ ଉଦଘାଟନ କରି ଉପସ୍ଥିତ ତାଲିମ ନେତ୍ରୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିବା ସହ ଗୋ’ ସୁରକ୍ଷା ଓ ଗୋ’ ଆଧାରିତ କୁଟୀର ଶିଳ୍ପ ମାଧ୍ୟମରେ ଅର୍ଥନୀତି ଅଭିବୃଦ୍ଧି ହୋଇ ସ୍ବାବଲମ୍ବୀ ହେଇ ପାରିବେ ବୋଲି କହିଥିଲେ । ଅନ୍ୟତମ ଅତିଥଭାବେ ଏନ୍.ଏ.ସି ନିର୍ବାହୀ ଅଧିକାରୀ ଇ. ମନୋରଞ୍ଜନ ପଣ୍ଡା, ମିଶନ ଶକ୍ତି ଅଧିକାରୀ ଓ କର୍ମଚାରୀ ଏସ ରହମାନ, ସୂପର୍ଣ୍ଣା ମହାନ୍ତି, ପବନ କୁମାର ପଲେଇ, ମନୋରଞ୍ଜନ ପାଲ୍ ଓ ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।

- Advertisement -

କମ୍ ଦିନ ମଧ୍ୟରେ ଏନ୍ ଏ ସି ଅଞ୍ଚଳରେ ମିଶନ ଶକ୍ତି ବଜାର ଖୋଲିବା ସହିତ ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିବଟା କରିବାକୁ ଉପସ୍ଥିତ ଅଧିାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ପ୍ରସିଶିକ୍ଷା ଭାବେ ସୁନ୍ଦରଗଡ଼ ବିଶିଷ୍ଟ ଗୋ ସେବିକା ତାରାକାନ୍ତ ପଟେଲ ଯୋଗଦେଇ ଗୋବରରୁ ଦୀପ, ଧୂପ, ଫୁଲକୁଣ୍ଡ, ଗୋମୁତ୍ରରୁ ନିମାଇଲ, ଅର୍କ, କୀଟନାଶକ ଇତ୍ୟାଦି ପ୍ରସ୍ତୁତ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦ ଜନ ମହିଳା ଯୋଗଦେଇ ତାଲିମ ନେଇଥିଲେ ।

ଏଥିରେ ସୁଷମା କଲତା, ପ୍ରତିମା ଦନ୍ତା, ସୁଷମା ସେଠୀ, ସୀତା ସେଠୀ, ପଦ୍ମା ସେଠୀ, ଲିଲିରାନୀ ସେଠୀ, ମାନସୀ ଦଳବେହେରା, ରୀମା ସେଠୀ, ସୈରେନ୍ଦ୍ରୀ ଖପର ପ୍ରମୁଖ ତାଲିମ ଗ୍ରହଣ କରି ଆସନ୍ତା ଦିନରେ ଜିଲ୍ଲା ମଧ୍ୟରେ ଆଗ୍ରହୀ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ବିକାଶ ପରିଷଦ ତଥା ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସମ୍ପାଦକ କୃତ୍ତିବାସ ପଲିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାହେଶ୍ୱରୀ ଗୋଶାଳା ଉପାଧକ୍ଷ କବିରାଜ ହୃଷୀକେଶ ଖେତୀ ଓ ମର୍ଜାକୁଦ ପୂର୍ବ କାଉନସିଲର ତରଣୀ ସେନ ମାଝି ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories