www.samajalive.in
Sunday, December 14, 2025
26.1 C
Bhubaneswar

ଶୋଷ ମେଣ୍ଟାଉନି ନଳକୂପ; ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ଫାଟିପଡ଼ୁଛି ପରିବେଶ

ରେଙ୍ଗାଲିକ୍ୟାମ୍ପ: ପାନୀୟ ଜଳ, ବିଦ୍ୟୁତ୍ ଓ ଉନ୍ନତମାନର ରାସ୍ତାକୁ ଜନସାଧାରଣଙ୍କ ମୌଳିକ ଅଧିକାର ରୂପେ ସରକାର ଏହି ସବୁର ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ପ୍ରତି ଗଳିକନ୍ଦିରେ ନଳକୂପ ଖନନ ସହ ପ୍ରତି ଘରମାନଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରୁଛନ୍ତି । କିନ୍ତୁ କେତେକ ସ୍ଥାନରେ ଆଜି ବି ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅତାବିରା ଟେଲିଫୋନ ଏକ୍ସଚେଞ୍ଜ ଛକରେ । ଅତାବିରା ଦେଇ ଲମ୍ବିଯାଇଥିବା  ଚାରିଥାକିଆ ୫୩ନଂ ଜାତୀୟ ରାଜପଥର ବରଗଡ଼ ସମ୍ବଲପୁର ରାସ୍ତା କଡ଼ରେ ଟେଲିଫୋନ ଏକ୍ସଚେଞ୍ଜର ଠିକ୍ ଆଗରେ ରହିଛି ଏକ ନଳକୂପ ।

ଜାତୀୟ ରାଜପଥ ଚାରିଥାକିଆ ହେବା ଦିନଠାରୁ ଏହି ଛକରେ ଦୋକାନ ବଜାର ସହ ଲୋକଙ୍କ ଭିଡ଼ ଜମି ରହୁଛି । ଜନ ସାଧାରଣ ,ସ୍କୁଲ୍ କଲେଜ୍ ଛତ୍ରଛାତ୍ରୀ ଏହି ଛକରେ ବସକୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି । କିନ୍ତୁ ଶୋଷ ହେଲେ  ପିଇବା ପାଇଁ ପାଣି ଟୋପାଏ ପାଉନାହାନ୍ତି । ଏଠାରେ ଥିବା ଏକ ମାତ୍ର ନଳକୂପର ଜଳ ଲୁହା ମିଶ୍ରିତ ହଳଦିଆ ରଙ୍ଗର ପାଣି ବାହାରୁଛି । ତଥାପି ଲୋକେ ଶୋଷରେ ଅନ୍ୟ କିଛି ଉପାୟ ନପାଇ ଏହି ନଳକୂପର ଜଳକୁ ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହାର ଚତୁଃପାର୍ଶ୍ୱ  ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇ ଦୁର୍ଗନ୍ଧ ସୃଷ୍ଟି ହେଉଛି । ପାଣି ବ୍ୟବହାର କରିବା ତ ଦୂରର କଥା ପାଖକୁ ମଧ୍ୟ କେହି ଯାଇପାରୁ ନାହାନ୍ତି । ତେଣୁ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ଓ ପରିବେଶ ପ୍ରତି ଦୃଷ୍ଟି ଦେଇ ଏହି  ଛକରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାପାଇଁ ଜନସାଧାରଣଙ୍କ ଦାବି ହେଉଛି ।

- Advertisement -

 

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories