www.samajalive.in
Saturday, December 13, 2025
14.1 C
Bhubaneswar

ବାର୍ଡ ଅନୁଷ୍ଠାନ ଦ୍ବାରା ଟେଲିକମ ଉପଭୋକ୍ତା ଅଧିକାର ଓ ଅଭିଯୋଗ ସମନ୍ଧୀୟ ସଚେତନତା କର୍ମଶାଳା

ଫୁଲବାଣୀ : ଭାରତ ସରକାରଙ୍କ ଟ୍ରାଇ ଆନୁକୂଲ୍ୟରେ ଉପଭୋକ୍ତା ଓକିଲାତି ଅନୁଷ୍ଠାନ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଫୁଲବାଣୀ ଆଇଟିଡିଏ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲାପାଳ ଅନିତା ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି ଵିଭାଗ ମଧ୍ୟରେ ସମନ୍ୱୟ ଓ ଗୁଣାତ୍ମକ ସେବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ମିଳିତ ନାଗରିକ କମିଟି ଆବାହକ ତଥା ସମାଜସେବୀ ଅଶୋକ ପରିଡା ଯୋଗ ଦେଇ ମୋବାଇଲ ନେଟର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କିଭଳି ବାରମ୍ବାର ନେଟ ରହୁନାହିଁ ଓ ନେଟ ନଥାଇ ନେଟ ବ୍ୟବହାର ନ କରି ଆମକୁ କିଭଳି ଅର୍ଥ ଦେବାକୁ ପଡୁଛି ,ସେଥିପାଇଁ ଅଭିଯୋଗ ଓ ଆନ୍ଦୋଳନ ଉପରେ ଗୁରୁତ୍ୱ ଦେଇଥିଲେ। ତା’ର ସମାଧାନପାଇଁ ଭାରତୀୟ ସଞ୍ଚାର ନିଗମ ଫୁଲବାଣୀର ଏଜିଏମ ଶିବ ପ୍ରସାଦ ସାମନ୍ତରାୟ ସୂଚନା ଦେଇଥିଲେ। ଜିଓ ସେବା ସମ୍ପର୍କରେ ସୌମ୍ୟ ରଞ୍ଜନ ମହାନ୍ତି ବକ୍ତବ୍ୟ ଦେଇଥିଲେ। ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବାର୍ଡ ଅନୁଷ୍ଠାନ ର ପ୍ରଶନ୍ନ କୁମାର ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ନେଟୱର୍କ ସମସ୍ୟା, ଗୁଣବତ୍ତା ସେବା ପାଇବାରୁ ବଞ୍ଚିତ ହେବା, ବ୍ୟବହାର ନ କରି ଦୈନିକ ଧାର୍ଯ୍ୟ ଦେୟ ମୂଲ୍ୟ ଦେବା, ଫେକ ମେସେଜ, ନ୍ୟୁନ ମାନ ସେବା ପାଇଁ ଅର୍ଥ ଦେବାକୁ ବାଧ୍ୟ ହେଉଛେ। କନ୍ଧମାଳ ଜିଲାରେ ଦେଖିବାକୁ ମିଳିଥାଏ ଆଦିବାସୀ ଅଧୁସିତଅ କନ୍ଧମାଳ ଜିଲାରେ ସବୁଠି ନେଟୱର୍କ ପହଞ୍ଚି ପାରିନି। ଫେକ ମେସେଜ, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକରଣ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେ ମଧ୍ୟ ଟେଲିକମ କମ୍ପIନୀମାନେ କାର୍ଯ୍ୟକ୍ଷମ ନ କରିବା ଦୁର୍ଭାଗ୍ୟ ଜନକ। ମୋବାଇଲ ସେବା ଓ ରାଡିଅସନ ବିକରଣର କୁପ୍ରଭାବରେ ପ୍ରକୃତିର ଜୀବ ଓ ପକ୍ଷୀ ମାନେ ଦିଗ ହରାହେଲେଣି ଓ ମହୁମାଛି ସବୁ ଲୋପ ଅଭିମୁଖେ ଯାହା ଆମ ଜଳବାଯୁ ଓ ଜୈବ ବିଭିଧତା ପ୍ରତି ବିପଦ ମାଡିବାକୁ ବସିଲାଣି। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିବା ସହିତ ଜିଲାରେ ନେଟୱର୍କ ଓ ଇଣ୍ଟରନେଟ ସେବା ଭଲଭାବରେ କାମ ନକରିବା ଯୋଗୁଁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା, ଇ-ସେବା, ଅନଲାଇନ, ସ୍ୱାସ୍ଥ୍ୟସେବା,ବାଣିଜିକ ଓ ୨୦ଗୋଟି ସେବାରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ବୋଲି ସଭାରେ ମତ ପ୍ରକାଶ କରିଥିଲେ ।ଏହି ସଚେତନତା ଶିବିରରେ ଜିଲ୍ଲାର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, କଲେଜ ଛାତ୍ରଛାତ୍ରୀ, ବହୁ ବୁଦ୍ଧିଜିବୀ ଯୋଗଦେଇଥିଲେ।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories