www.samajalive.in
Saturday, December 13, 2025
23.1 C
Bhubaneswar

ଫନି ବାତ୍ୟା ସହାୟତାରେ ଅନିୟମିତତା ଅଭିଯୋଗ

ଆଠଗଡ :  ଫନି ବାତ୍ୟା ସମୟରେ ଗୋବରା, ଛଗାଁ ଓ କୁମାରପୁର ଆଦି ବିଭିନ୍ନ ଗ୍ରାମପଞ୍ଚାୟତରେ ଘରଭଙ୍ଗା ସାହଯ୍ୟ ବଣ୍ଟନରେ ବ୍ୟାପକ ଅନିୟମିତତା ସହ କୋଟି କୋଟି ଟଙ୍କାର ସହାୟତା ରାଶି  ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗୋବରା ଗ୍ରାମର ବିଭୂଦେନ୍ଦ୍ର ରଥ ନାମକ ଜଣେ ବ୍ୟକ୍ତି ଏ ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ ବଳରେ ଆଠଗଡ଼ ତହସିଲ କାର୍ଯ୍ୟାଳୟରୁ ପାଇଥିବା ତଥ୍ୟରୁ ଏହି ମହାଦୁର୍ନୀତି ପ୍ରଘଟ  ହୋଇଛି। କ୍ଷତିଗ୍ରସ୍ତ ମାନଙ୍କ ନାମରେ ଘରଭଙ୍ଗା ସାହଯ୍ୟ ବାବଦରେ ୯୫୧୦୦ ଟଙ୍କା ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ପଠାଯାଇଥିଲା, ତାହା ସେମାନଙ୍କ ଜମାଖାତାକୁ ନଯାଇ ଅଭିନବ ଉପାୟରେ ଅନ୍ୟ କେହି ବ୍ୟକ୍ତି ସେ ଅର୍ଥ ହଡପ କରି ନେଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଵିଭିନ୍ନ ଗ୍ରାମପଞ୍ଚାୟତର ହିତାଧିକାରୀ ଯଥା ଗଗନ ବେହେରା, କବିତା ମଳିକ ଓ ଅନ୍ୟ ୩୦ ଜଣ ଆଠଗଡ଼ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁଙ୍କୁ ଏହି ମର୍ମରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପରେ ପରେ ଯୁବସଙ୍ଗଠକ ଅଭୟ କୁମାର ବାରିକଙ୍କ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷତିଗ୍ରସ୍ତ ମାନେ ସିଧାସଳଖ ପୁର୍ବତନ ଆଠଗଡ଼ ପଂଚାୟତ ସମିତି ଅଧ୍ୟକ୍ଷ ଓ ଆଠଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀଙ୍କୁ ଏହି ମହାଦୁର୍ନୀତି ପାଇଁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି ଯେ ରାଜନେତାଙ୍କ ସମର୍ଥନ ନଥିଲେ ଏତେ ବଡ଼ ଦୁର୍ନୀତି ସମ୍ଭବ ହୋଇପାରିବ ନାହିଁ । ଯଦି ମନ୍ତ୍ରୀ ଏହି ଦୁର୍ନୀତିରେ ସଂଶ୍ଲିଷ୍ଟ ନାହାନ୍ତି ତେବେ ସେ ଏହାର ନିରପେକ୍ଷ ତଦନ୍ତ କରାଇ ନିଜ ସ୍ଵଛତାର ପ୍ରମାଣ ଦିଅନ୍ତୁ ଏବଂ ଏଥି ଲାଗି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଅଭୟ ସାମ୍ଵାଦିକ ସମ୍ମିଳନୀରେ ଆହ୍ୱାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କ୍ଷତିଗ୍ରସ୍ତ ମାନଙ୍କ ସହ ସୁନୀଲ ସୁତାର, ମାନୁଏଲ ପାତ୍ର, ସରୋଜ ଦାସ,ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories