www.samajalive.in
Sunday, December 14, 2025
26.1 C
Bhubaneswar

ଛାତ୍ରୀକୁ କମେଣ୍ଟ ମାରିବା ସହ ଭିଡିଓ ଭାଇରଲ ଧମକ ଅଭିଯୋଗ, ୨ ଛାତ୍ର ଗିରଫ

ଗୋପାଳପୁର:ଶିକ୍ଷାନୁଷ୍ଠାନ ପରିସରରେ ସହପାଠୀଙ୍କୁ କମେଣ୍ଟ ମାରିବା, ଭିଡିଓ ଭାଇରଲ ଧମକ ସହ ପ୍ରେମ ନିବେଦନ କରିବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଛାତ୍ର ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ଏକ କଲେଜରେ ପାଠ ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପଲ୍ଲିଗୁମଳା ଓ ଅନ୍ୟ ଜଣେ ସାନ କୁଶସ୍ଥଳୀର ବୋଲି ପୁଲିସ ସୂଚନା ଦେଇଛି ‌। ଅଭିଯୋଗ ଅନୁଯାୟୀ କଲେଜରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଏହି ଦୁଇ ଛାତ୍ର ଗତ କିଛି ମାସ ହେଲା ହଇରାଣ କରୁଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ ଅବଗତ କରିଥିଲେ। ଏହାକୁ ନେଇ ଛାତ୍ରୀଙ୍କ ବାପା ଉଭୟ ଛାତ୍ରଙ୍କ ସହ ଯୋଗାଯୋଗ ବେଳେ ସେମାନେ ଛାତ୍ରୀଙ୍କ ବାପାଙ୍କୁ ମଧ୍ୟ ଧମକ ଦେଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୯୫/୨୨ରେ ଏକ ମାମଲା ରୁଜୁ କରି ଆଜି ଦୁଇ ଅଭିଯୁକ୍ତ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ସୂଚନା ଦେଇଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories