www.samajalive.in
Sunday, December 7, 2025
14.1 C
Bhubaneswar

ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁଲଗାମ ଜିଲାର ଲାରୁନ୍‍ ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳି ବିନିମୟ ପରେ ସେଠାରେ ଏକ ବିସ୍ଫୋରଣରେ ଉବେଦ ଲାୱେ ନାମକ ଜଣେ ନାଗରିକ ପ୍ରାଣ ହରାଇଥିବାବେଳେ ଦୁଇ ଜଣ ଯବାନ ଓ ୧୦ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। କୁହାଯାଉଛି ଯେ ଏନକାଉଣ୍ଟର ପରେ ସେଠାରେ ବହୁ ଲୋକ ଆସି ଜମା ହୋଇଥିଲେ। ସେତେବେଳେ ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବିସ୍ଫୋରଣ ପରେ ପୁଲିସ୍‍ ଏବଂ ସିଆରପିଏଫ ଯବାନ ଆହତଙ୍କୁ ନେଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ କେତେକ ଗୁରୁତର ଆହତଙ୍କୁ ଶ୍ରୀନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନୀ ବୋଲି ଜାଣିବାକୁ ମିଳିଛି। ଆତଙ୍କବାଦୀଙ୍କ ନିକଟରୁ ବହୁ ଅସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଛି। ଡିଜିପି ଦିଲବାଗ ସିଂହ ଘଟଣାର ସୂଚନା ଦେଇ କହିଛନ୍ତି ଯେ ଶନିବାର ରାତିରୁ କୁଲଗାମଠାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ରବିବାର ସକାଳେ ଏକ ଘରେ ଲୁଚି ରହିଥିବା ୩ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ମାରିବାରେ ସଫଳ ହୋଇଛନ୍ତି। ଏପର୍ଯ୍ୟନ୍ତ ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରିନାହିଁ।

ଅନ୍ୟ ଜଣେ  ସେନା ଅଧିକାରୀଙ୍କ କହିବା ଅନୁସାରେ କୁଲଗାମ ଲାରୁନ ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ଶନିବାର ରାତିରେ ସୂଚନା ମିଳିଥିଲା। ସେନା, ରାଷ୍ଟ୍ରୀୟ ରାଇଫଲ୍ସ ଓ ପୁଲିସ୍‍ ବାହିନୀ ଲାରୁନ୍‍ ଅଞ୍ଚଳରେ ପହଞ୍ଚି ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଥିଲେ। ରବିବାର ସକାଳେ ଗୋଟିଏ ଘରେ ଲୁଚି ରହିଥିବା ଆତଙ୍କବାଦୀ ଫେରାର ହେବାକୁ ଚେଷ୍ଟା କରି ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଭିଯାନ ବନ୍ଦ ହେବା ପରେ ସେଠାରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ। ସେହି ସମୟରେ ସେଠାରେ ଏକ ବିସ୍ଫୋରଣ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍‍ ସେବାକୁ ବନ୍ଦ କରିଦିଆଯାଇଛି। ସେଠାରେ ସେନା, ପୁଲିସ୍‍ ଓ ସିଆରପିଏଫର କେତେକ ଦଳକୁ ମୁତୟନ କରାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories