www.samajalive.in
Saturday, December 13, 2025
27.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ବାନ୍ଧି ରଖିଥିବା କୁକୁରଙ୍କୁ ଉଦ୍ଧାର କଲା ଜୀବ ସୁରକ୍ଷା ସଙ୍ଘ

ଗୋପାଳପୁର; ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୂର୍ବତନ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା କେତେକ କୁକୁରମାନଙ୍କୁ ଖାଇବାକୁ ଦେଇ ଆଦରରେ ଲାଳନ ପାଳନ କରିଥିଲେ। କିନ୍ତୁ କୁଳପତି ପଦବିରୁ ଅବ୍ୟାହତି ନେବା ପରେ ବର୍ତମାନ ସୁଦ୍ଧା କୁକୁରମାନଙ୍କୁ ଖାଇବା ପାଇଁ ମାସିକ କିଛି ଅର୍ଥ କର୍ମଚାରୀଙ୍କୁ ଦେଉଥିଲେ। କିନ୍ତୁ ଏବେ କ୍ୟାମ୍ପସ ପରିସରରେ କୁକୁରଙ୍କ ସଂଖ୍ୟା ବଢ଼ିବାରୁ ଏଣେତେଣେ ବୁଲାବୁଲି କରୁଥିଲେ। କିନ୍ତୁ ଏହି ଘଟଣା ପରେ କୁକୁରଙ୍କ ଚଳପ୍ରଚଳ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଣୁ ବାଳିକା ହଷ୍ଟେଲ ପରିସରରେ ଥିବା ପ୍ରାୟ ବାରଟି କୁକୁରକୁ ବିଶ୍ଵବିଦ୍ୟାଳୟର କିଛି କର୍ମଚାରୀ ଚାରି ଗୋଡ ଏବଂ ପାଟିକି ତାରରେ ବାନ୍ଧି ଏକ କୋଠରୀରେ ରଖି ବନ୍ଦ କରିଦେଇଥିଲେ। ବୁଧବାର ଦିନ ସେହି ବନ୍ଧା କୁକୁରମାନଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାକୁ ଯୋଜନା କରିଥିଲେ।

ଏହି ଘଟଣା ନେଇ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବ୍ରହ୍ମପୁର ଜୀବ ସୁରକ୍ଷା ସଙ୍ଘ ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଖବର ପାଇ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ରୋନାଲି ପାଣିଗ୍ରାହୀଙ୍କ ସମତେ ବଜରଙ୍ଗ ଦଳର ଗଞ୍ଜାମ ଜିଲ୍ଲା ପ୍ରମୁଖ ବଳରାମ ମହାନ୍ତି, ଜୀବ ସୁରକ୍ଷା ସଂଘ୍ ର ସଭ୍ୟା ବିଷ୍ନୁପ୍ରିୟା ପାତ୍ର ପ୍ରମୁଖ ଭଞ୍ଜବିହାରରେ ପହଞ୍ଚି ଭଞ୍ଜବିହାର ଫାଣ୍ଡିକୁ ସୂଚନା ଦେବା ସହ ଫାଣ୍ଡି କର୍ମଚାରୀଙ୍କ ଉପସ୍ଥିତିରେ ଛାତ୍ରୀ ନିବାସକୁ ଯାଇ ବନ୍ଧା ଯାଇଥିବା କୁକୁରଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଏ଼ଇ ସମୟରେ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ଏବଂ କିଛି ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଥିଲେ। ଯାହା ଦ୍ବାରା କିଛି ସମୟ ପାଇଁ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୀବ ସୁରକ୍ଷା ସଙ୍ଘର ସଭାନେତ୍ରୀଙ୍କୁ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ୧୨ ଟି ବନ୍ଧା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଛି। ବୁଧବାର ଦିନ ବ୍ରହ୍ମପୁର ଏସପିଙ୍କ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ଏ ନେଇ ହଷ୍ଟେଲ ୱାଡେନ ପ୍ରଫେସର୍ ବରାଳଙ୍କ ସହ ଯୋଗା ଯୋଗ ବେଳେ ସେ କହିଥିଲେ ଯେ ଛାତ୍ରୀମାନେ କୁକୁର କାମୁଡିବା ଭୟ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଏମସିକୁ ଜଣାଇଥିଲେ। ବିଏମସି କର୍ମଚାରୀ ଏବଂ ବିଶ୍ଵବିଦ୍ୟାଳୟ କର୍ମଚାରୀ ମାନେ କୁକୁରକୁ ବାନ୍ଧି ଅନ୍ୟତ୍ର ସ୍ଥାନରେ ଛଡାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା ବୋଲି ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories